କଟକ– କଟକ ଜିଲ୍ଲା ଆଠଗଡ଼ ରେଞ୍ଜ୍ ସଦର ସେକ୍ସନ ଅନ୍ତର୍ଗତ ବୁଦ୍ଧିଆ ପାଟଣା ଗାଁର ଏକ କୂଅ ମଧ୍ୟରୁ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି । ଏହି ବଜ୍ରକାପ୍ତାଟିର ବୟସ ପ୍ରାୟ ୫ ବର୍ଷ ହେବ ।
ଆଜି ସକାଳେ ସ୍ଥାନୀୟ ଲୋକେ କୂଅ ଭିତରେ ବଜ୍ରକାପ୍ତାଟି ଖସି ପଡିଥିବା ଦେଖି ତୁରନ୍ତ ଏ ସମ୍ପର୍କରେ ଆଠଗଡ଼ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବିଭାଗୀୟ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଂଚି ଗ୍ରାମବାସୀଙ୍କ ସହାୟତାରେ କୂଅ ଭିତରୁ ବଜ୍ରକାପ୍ତାଟିକୁ ଉଦ୍ଧାର କରିଥିଲେ । ତେବେ ଏହାର ସ୍ୱାସ୍ଥ୍ୟବସ୍ଥା ଯାଂଚ୍ ପରେ ଏହାକୁ ପୁଣି ଥରେ ଜଙ୍ଗଲରେ ଛଡାଯିବା ନେଇ ସୂଚନା ମିଳିଛି । ଗତକାଲି ରାତିରେ ବଜ୍ରକାପ୍ତାଟି ଖାଦ୍ୟ ଅନ୍ୱେଷଣରେ ପାଖ ଜଙ୍ଗଲରୁ ଆସି କୂଅ ମଧ୍ୟରେ ଖସି ପଡିଥିବା ଅନୁମାନ କରାଯାଉଛି ।