ନୂଆଦିଲ୍ଲୀ– ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିବେ। ଭିଡିଓ କନଫରେନ୍ସିଂ ଜରିଆରେ ବିହାରରେ ଏହି ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ କରାଯିବ । ଏହି କାର୍ଯ୍ୟକ୍ରମରେ 5ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କିଛି କେନ୍ଦ୍ରମନ୍ତ୍ରୀ ଅଂଶଗ୍ରହଣ କରିବେ।
ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡଖଣ୍ଡ, ଓଡ଼ିଶାର 116 ଜିଲ୍ଲାର 25 ହଜାରରୁ ଅଧିକ ପ୍ରବାସୀ ଶ୍ରମିକଙ୍କୁ ଏହି ଅଭିଯାନ ଆଧାରରେ ଚୟନ କରାଯାଇଛି । ଏହି 6ଟି ରାଜ୍ୟର 116 ଜିଲ୍ଲାର ଗ୍ରାମର ଲୋକମାନେ ସାମାଜିକ ଦୂରତ୍ଵ ନିୟମକୁ ଅନୁପାଳନ କରି ସେବା କେନ୍ଦ୍ର ଓ କୃଷି ବିଜ୍ଞାନ କେନ୍ଦ୍ର ଜରିଆରେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ।
ଗରିବ କଲ୍ୟାଣ ଯୋଜନା ଆଧାରରେ 125 ଦିନ ମଧ୍ୟରେ ରୋଜଗାର ଯୋଗାଇ ଦେବା ପାଇଁ ଏବଂ 25 ଭିନ୍ନ ଭିନ୍ନ ପ୍ରକାର କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଧ୍ୟାନ କେନ୍ଦ୍ରୀତ କରାଯାଉଛି। ଏହି ଯୋଜନାର ପରିଚାଳନା 12ଟି ଅଲଗା ଅଲଗା ମନ୍ତ୍ରାଳୟ କରିବେ ବୋଲି ଜଣାପଡିଛି ।