
-
ପ୍ଲାଷ୍ଟିକ୍ ବ୍ୟାଗ୍ ପରିତ୍ୟାଗ କର, କନା ବ୍ୟାଗ୍ ଆପଣାଅ ନାମରେ ଏକ ଅଭିଯାନ ଆରମ୍ଭ
ବାଲେଶ୍ଵର, ୧୯/୬:(କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ)
ବିଶ୍ୱ ସାଇକେଲ୍ ଦିବସ ଅବସରରେ, ନିଖିଳ ଭାରତ ମାରୁଆଡି ମହିଳା ସମ୍ମିଳନୀର ବାଲେଶ୍ୱର ଶାଖା ତରଫରୁ ଅଭାବୀ ପିଲାଙ୍କୁ ସାଇକେଲ ବଣ୍ଟନ କରି ଏକ ପ୍ରଦୂଷଣମୁକ୍ତ ସୁସ୍ଥ ପରିବେଶର ଉପକାରିତା ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା। ପ୍ଲାଷ୍ଟିକ୍ ବ୍ୟାଗ୍ ବର୍ଜନ କର, କପଡା ବ୍ୟାଗ୍ ଗ୍ରହଣ କର ନାମକ ଅଭିଯାନ ଅଧୀନରେ ସହରର ଅନେକ ସ୍ଥାନରେ ପୋଷ୍ଟର୍ ଓ ବ୍ୟାନର୍ ଲଗାଇ ଜନ ସଚେତନତା ସୃଷ୍ଟି କରାଯାଇଥିଲା। ଏହି ଅଭିଯାନରେ ୩୦୦ କପଡା ବ୍ୟାଗ୍ ବଣ୍ଟନ କରାଯାଇଥିଲା।
ଶକ୍ତି ସଂରକ୍ଷଣ ପାଇଁ ଏକ ଭିଡିଓ ତିଆରି କରାଯାଇ ଶକ୍ତି ସଂରକ୍ଷଣର ସର୍ବୋତ୍ତମ ଉପାୟ ସମ୍ପର୍କରେ ମଧ୍ୟ ଲୋକମାନଙ୍କୁ ସଚେତନ କରାଇଥିଲେ ମାରୁଆଡି ମହିଳା ମାନେ। ସମିତିର ସଦସ୍ୟାମାନେ ଗୁରୁ ଗୋବିନ୍ଦ ସିଂଙ୍କ ନୀତି ଏବଂ ତାଙ୍କ ଭାଷଣର ମହତ୍ତ୍ଵ ବିଷୟରେ ସେମାନଙ୍କ ପିଲାମାନଙ୍କୁ ସୂଚନା ଦେଇଥିଲେ। ବିଶ୍ଵ ଖାଦ୍ୟ ସୁରକ୍ଷା ଦିବସରେ ଖାଦ୍ୟ ନିରାପତ୍ତା ଏବଂ ‘ନିରାପଦ, ପୁଷ୍ଟିକର ଏବଂ ପର୍ଯ୍ୟାପ୍ତ ଖାଦ୍ୟ’ର ପାଞ୍ଚଟି ମାନଦଣ୍ଡକୁ ସମାଧାନ କରିବା ପାଇଁ ଏକ ସଚେତନତା ଅଭିଯାନ ମଧ୍ୟ ଆରମ୍ଭ କରାଯାଇଥିଲା।
ସମିତି ତରଫରୁ ଏପରି କିଛି ମହିଳାଙ୍କ ସୂଚନା ଦିଆଯାଇଥିଲା ଯେଉଁମାନେ ଘରେ ରହି ରୋଷେଇ କାମ, ସିଲେଇ କାମ, ମହମବତୀ ତିଆରି କାମ ପ୍ରଭୃତି କରୁଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା। ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ପିଲାମାନଙ୍କୁ ସମ୍ବେଦନଶୀଳ କରିବା ପାଇଁ ଜୁମ୍ ଆପ୍ ମାଧ୍ୟମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥିଲା।
ବିଶ୍ୱ ମହାସାଗର ଦିବସରେ ସମିତିର ଜଣେ ସଦସ୍ୟା ପ୍ଲାଷ୍ଟିକର ପୁନଃ ବ୍ୟବହାର ଏବଂ ପୁନ ପ୍ରଚଳନ ବିଷୟରେ ସଚେତନ କରାଇଥିଲେ, ଯାହାଫଳରେ ସମୁଦ୍ର ଏବଂ ଜଳଜୀବଗୁଡିକ ସୁରକ୍ଷିତ ରହି ପାରିବେ। ଏହା ବ୍ୟତୀତ ୨୫ଟି ଚାରାଗଛ ରୋପଣ କରା ଯାଇଥିଲା | ସମିତିର ଅଧ୍ୟକ୍ଷି ନିଶା ମୋଦୀ, ସଚିବ ପ୍ରୀତି ଖଣ୍ଡେଲୱାଲ ଏବଂ କୋଷାଧ୍ୟକ୍ଷି ସୋନାଲ ମୋଦୀଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।