କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ-ଶ୍ରୀମନ୍ଦିର ସଂଚାଳନ କମିଟି ଜରୁରୀ ବୈଠକ ପୁରୀ ନୀଳାଦ୍ରୀ ଭକ୍ତ ନିବାସ ପରିସରରେ କମିଟିର ସ୍ଥାଇ ଅଧ୍ୟକ୍ଷ ପୁରୀ ଗଜପତି ମହାରାଜା ଦିବ୍ୟ ସିଂହ ଦେବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଅଛି |କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଓଡିଶାର ବିକାଶ ଆୟୁକ୍ତ ବରିଷ୍ଠ ଆଇ.ଏ. ଏସ ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ର, ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡାକ୍ତର କିଷାନ କୁମାର, ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ, ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଉମା ଶଙ୍କର ଦାଶ, ନୀଳକଣ୍ଠ ମହାପାତ୍ର, ରାମଚନ୍ଦ୍ର ଦାସ ମହାପାତ୍ର, ବାବା ସଚ୍ଚିଦାନନ୍ଦ ଦାଶ, ସିଦ୍ଧେଶ୍ୱର ମହାପାତ୍ର, ମାଧବ ମହାପାତ୍ର, ମାଧବ ପୂଜାପଣ୍ଡା, ଅନନ୍ତା ଅନନ୍ତ ତିୱାରୀ ଏବଂ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ |ସୁପ୍ରିମକୋଟ ଦ୍ୱାରା ହୋଇଥିବା ରଥଯାତ୍ରା ବନ୍ଦ ନିଷ୍ପତ୍ତି ବିଷୟରେ ଆଲୋଚନା କରିଥିଲେ |
ଏହାପରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କର ପରାମର୍ଶ ନିଆଯିବ |ଆଗକୁ ରଥଯାତ୍ରା ଥିବାରୁ ଏହାର କିପ୍ରକାର ବିକଳ୍ପ ବାହାରିପାରିବ ସେ ବିଷୟରେ ଆଲୋଚନା କରିବାପାଇଁ ନିଷ୍ପତ୍ତି ନିଆଯାଇଛି |ଏହି ସବୁ ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ବୈଠକ ବସିଥିଲା |କିଛି ସଦସ୍ୟ ସୁପ୍ରିମକୋର୍ଟ ରେ ରିଭିଉ ପିଟିସନ ଦାଖଲ କରିବା ପାଇଁ ନିଜର ମତ ରଖିଥିଲେ |ଗଜପତି ମହାରାଜା, ସୁରେଶ ଚନ୍ଦ୍ର ମହାପାତ୍ର ସଦସ୍ୟଙ୍କ ଭାବନାକୁ ସଂମ୍ମାନ କରି ଜଗତଗୁରୁ ଶଙ୍କରାଚାର୍ଯ୍ୟ ଙ୍କ ପରାମର୍ଶ ପରେ ନିଷ୍ପତି ନିଆଯିବ ବୋଲି କହିଥିଲେ |
ବର୍ତ୍ତମାନ ରାଜ୍ୟସରକାର ସୁପ୍ରିମକୋର୍ଟଙ୍କ ଆଦେଶକୁ ସଂମ୍ମାନ କରିବା ସହିତ ସୁପ୍ରିମକୋଟ ନିର୍ଦେଶକୁ କାର୍ଯ୍ୟକାରୀ କରିବାପାଇଁ ଗତକାଲି ରାତିରେ କ୍ୟାବିନେଟରେ ପ୍ରସ୍ତାବ ଦେଇସାରିଛନ୍ତି ଯେ ରଥଯାତ୍ରା ହେଇପାରିବନି|ରାଜ୍ୟ ସରକାର ଆଉ ଥରେ ବିଚାର କରିବାକୁ ସଦସ୍ୟ ମାନେ ନିବେଦନ କରିଛନ୍ତି |ରଥଯାତ୍ରା ନ କରିବା ସୁପ୍ରିମକୋଟ ନିର୍ଦେଶ ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁରୀର ନୀଳାଚଳ ଭକ୍ତ ନିବାସର ବାହାରେ ପୋଲିସ ସୁରକ୍ଷା ଦିଆଯାଇଛି |