
ବ୍ରହ୍ମପୁର: ଗିଫ୍ଟ ଅଫ୍ ଲାଇଫ୍ର ସଭାପତି ସୂର୍ଯ୍ୟନାରାୟଣ ପରିଡାଙ୍କ ତତ୍ତ୍ୱାବଧାନରେ କରୋନା ଯୋଦ୍ଧା ଭାବେ ୨୪ଘଣ୍ଟିଆ ଲୋକଙ୍କୁ ସେବା ଯୋଗାଇ ଆସୁଥିବା ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଓ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନୀତ କରାଯାଇଛି । ସ୍ୱଚ୍ଛତା, ସଚେତନ ଓ ଧାରା ଆସୋସିଏଶନ୍ ତରଫରୁ କରୋନା ଯୋଦ୍ଧା ଭାବେ ଗିଫ୍ଟ ଅଫ୍ ଲାଇଫ୍ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ସମ୍ବର୍ଦ୍ଧନା ବେଳେ ଆଇନ୍ଜୀବୀ ପ୍ରଦୀପ ବେହେରା, ପ୍ରଦୀପ ପଣ୍ଡା, ସୁଶାନ୍ତ ମହାରଣା, କାଳୀ ମହାପାତ୍ର, ଦେବାଶିଷ ଓ ବୁବୁଙ୍କ ସମେତ ସଂଘର ସଦସ୍ୟମାନେ ଉପସ୍ଥିତରହି ସାମାଜିକ ଦୂରତା ଓ ମାସ୍କ ପରିଧାନକରି ସମ୍ମାନୀତ କରିଥିଲେ ।