
ଭୁୁବନେଶ୍ୱର – ଅଖିଳ ଭାରତ କଂଗ୍ରେସ କମିଟିର ପୂର୍ବତନ ସଭାପତି ତଥା ସାଂସଦ ଶ୍ରୀ ରାହୁଲ ଗାନ୍ଧୀଙ୍କ ୫୦ତମ ଜନ୍ମ ଦିବସ ଉପଲକ୍ଷେ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ତରଫରୁ ରାଜ୍ୟ ଅଧ୍ୟକ୍ଷ ଶ୍ରୀ ଅମୀୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ କଟକ ଜିଲ୍ଲାର ବାରଙ୍ଗ ବ୍ଳକ ଅନ୍ତର୍ଗତ ଖଲରଦାଠାରେ ସାମାଜିକ ଦୂରତ୍ୱ ବଜାୟ ରଖି ସ୍ଥାନୀୟ ଚାଷୀମାନଙ୍କୁ ବିଭିନ୍ନ ପ୍ରକାରର ଫଳଚାରା ବଂଟନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୁରୁପଦ ନନ୍ଦ ସମ୍ମାନୀତ ଅତିଥି ଭାବେ ଯୋଗ ଦେବା ସହିତ ଉପ ସଭାପତି ଦୀପକ ପରିଡ଼ା, ଜିଲ୍ଲା କିଷାନ କଂଗ୍ରେସ ସଭାପତି ସଦାନନ୍ଦ ଓଝା ଓ ସମାଜ ସେବୀ ଆମୋଦ ନାୟକ, ଦିଲ୍ଲୀପ ବେହେରା ପ୍ରମୁଖ ଅଗ୍ରଣୀ ଚାଷୀ ପ୍ରତିନିଧିମାନେ ଅଂଶ ଗ୍ରହଣ କରିଥିଲେ । ପରିବେଶ ସୁରକ୍ଷା ଓ ଅନିୟମିତ ଜଳବାୟୁ ପ୍ରତିକାର ପାଇଁ ରାଜ୍ୟ ବ୍ୟାପୀ ବ୍ୟାପକ ବନୀକରଣ କାର୍ଯ୍ୟକ୍ରମ ସବୁସ୍ତରରେ ଗୁରୁତ୍ୱ ଦିଆଯିବା ଉଚିତ୍ ବୋଲି ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଥିଲେ ।