
ଜଗନ୍ନାଥ ପ୍ରସାଦ ବ୍ଲକ ଅଲାଡ଼ି ଗ୍ରାମ ପଂଚାୟତ ରେ ଗୋଷ୍ଠୀ ସଂଘର୍ଷ ରେ ଚାରି ଆହତ ହୋଇ ଥିବା ଖବର ମିଳିଛି l ଖବର ରୁ ପ୍ରକାଶ ଜେ ପୂର୍ଵ ଶତ୍ରୁତା ଓ ମଦ ବେପାର କୁ ନେଇ ଗଣ୍ଡଗୋଳ ହୋଇଥିବା ପ୍ରାଥମିକ ତଦନ୍ତ ରୁ ପୋଲିସ ସୂଚନା ଦେଇଛି l ଖବର ରୁ ପ୍ରକାଶ ଅଲାଡ଼ି ଗ୍ରାମ ର ପୂର୍ଵତନ ସରପଞ୍ଚ ଦିଗାମ୍ବର ସସମଲ (ପିଣ୍ଟୁ )ଓ ବସନ୍ତ ଗୌଡ଼ ବାଇକ ଯୋଗେ ଭୁବନେଶ୍ୱର ରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ଗ୍ରାମ ନିକଟରେ ଥିବା
ଏକ କୁକୁଡ଼ା ଫାର୍ମ ନିକଟରେ ପୂର୍ଵ ରୁ ଯୋଜନା ମୁତାବକ ସୁଧୀର ପୋଲାଇ ଓ ଭଞ୍ଜ ଡାକୁଆ ଓ ସହଯୋଗି ମଧ୍ୟରେ କୌଣସି ବିଷୟ ନେଇ ତିକ୍ତତା ବଚସା ହୋଇଥିଲା ଘଟଣା ଟି ଏତେ ବଢ଼ି ଯାଇଥିଲା ଜେ ମାର ପିଟ ପରେ ରକ୍ତାକ୍ତ ହୋଇ ଉଠିଥିଲେ ତେବେ ଖବର ସଂଗ୍ରହ ସୁଦ୍ଧା ପିଣ୍ଟୁ ଓ ବସନ୍ତ ଗୁରୁତର ଅବସ୍ଥା ରେ ମେଡିକାଲ ରେ ପହଂଚି ଥିବା ବେଳେ ଡାକ୍ତର ଦୁହିଁଙ୍କୁ ବ୍ରହ୍ମପୁର ମେଡିକାଲ ସ୍ତାନାନ୍ତ ର କରିଛନ୍ତି ଓ ସୁଧୀର ଓ ଭଞ୍ଜ ସ୍ଥାନୀୟ ମେଡିକାଲ ରେ ଚିକିତ୍ସା ହୋଇ ଥାନା ରେ ରଖି ପୋଲିସ ପଚରା ଉଚରା କରୁଥିବା ସୂଚନା ମିଳିଛି l ଶେଷ ସୁଦ୍ଧା ଥାନାରେ ଉଭୟ ପକ୍ଷରୁ ଏତଲା ହୋଇ ନଥିବା ସୂଚନା ମିଳିଛି l 
ଜଗନ୍ନାଥ ପ୍ରସାଦ ରୁ
ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO