-
ହାର୍ଦ୍ଦିକଙ୍କ ଫେସ୍ବୁକ୍ରେ ଶେଷ ମ୍ୟାସେଜ୍
-
ମିସ୍ ୟୁ ଅଲ୍
ହାର୍ଦ୍ଦିକ୍ ପଟ୍ଟନାୟକଙ୍କ ଘର ବ୍ରହ୍ମପୁର ନୂଆବସ୍ଷ୍ଟାଣ୍ଡ ଅଞ୍ଚଳରେ । ଘରେ ଏକମାତ୍ର ପୁଅ । ସେ ବ୍ରହ୍ମପୁରର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ବି-ଟେକ୍ କରିବା ପରେ ବାଙ୍ଗାଲୁରୁ ଚାକିରି କରିବାକୁ ଯାଇଥିଲେ । ସେଠାରେ ଏକ ଘରୋଇ କମ୍ପାନିରେ ଚାକିରି ମଧ୍ୟ ପାଇଥିଲେ । କିନ୍ତୁ କରୋନା କାରଣରୁ ଦେଶ ଲକ୍ଡାଉନ୍ ହୋଇଥିଲା । ସେଠାରୁ ତାଙ୍କୁ ଘରକୁ ଫେରିବାକୁ ପଡିଥିଲା । ସେ ଗତ ୯ତାରିଖରୁ ବାଙ୍ଗାଲୁରୁରୁ ଫେରି ହୋମ୍ କ୍ୱାରେଣ୍ଟାଇନ୍ରେ ରହିଥିଲେ । ହାର୍ଦ୍ଦିକ୍ କିଛି ଦିନ ହେଲା ମାନସିକ ବିଷାଦରେ ରହିଥିବା ସେ ଫେସ୍ବୁକ୍ରେ ପୋଷ୍ଟ କରିଥିବା କିଛି ମେସେଜ୍ରୁ ଜଣାପଡିଛି । ବୁଧବାର ରାତି ୮ଟା ୩୯ରେ ସେ ପୋଷ୍ଟ କରିଛନ୍ତି ୨୪ ଇୟର୍ସ, ଏଣ୍ଡ ଷ୍ଟିଲ୍ ନୋ ଏଚିଭ୍ମେଣ୍ଟସ୍, ନଟ୍ ଏ ପେରଫେକ୍ଟ ମ୍ୟାନ୍, ନଟ୍ ଏ ପେରଫେକ୍ଟ ସନ୍, ନଟ୍ ଏ ପେଫେକ୍ଟ ଷ୍ଟୁଡେଣ୍ଟ ଏମିତି କିଛି ମେସେଜ୍ କରିଥିଲେ । ବୁଧବାର ଅପରାହ୍ନ ୪ଟା ୨୧ରେ ଡିପ୍ରେସନ୍ର ଏକ ସାଏରୀ ସେୟାର କରିଛନ୍ତି । ଗତ ୧୫ତାରିଖ ରାତି ୮ଟା ୫୭ରେ ମଧ୍ୟ ଡିପ୍ରେସନ୍ର ୭ଟି ସାଇନ୍ ସମ୍ପର୍କରେ ଏକ ପୋଷ୍ଟ କରିଛନ୍ତି । ୯ତାରିଖରେ ସେ ବାଙ୍ଗାଲୁରୁରୁ ବ୍ରହ୍ମପୁର ଆସିବା ପରେ ହୋମ୍ କ୍ୱାରେଣ୍ଟାଇନ୍ରେ ରହିଥିଲେ । ସେ ଭଲ ଅଭିନୟ କରୁଥିଲେ ଏବଂ ୟୁଟୁବ୍ରେ ତାଙ୍କର ଅନେକ ଭିଡ଼ିଓ ମଧ୍ୟ ଦେଖିବାକୁ ମିଳିବ ।
ହାର୍ଦ୍ଦିକ ବାଙ୍ଗାଲୁରୁରୁ ଫେରିବା ପରେ ହୋମ୍ କ୍ୱାରେଣ୍ଟାଇନ୍ରେ ରହୁଥିଲେ । ତାଙ୍କ ବାପା ଶାଶ୍ୱତ ରଞ୍ଜନ ପଟ୍ଟନାୟକ ଓ ମାଆ ଅଲଗା ରୁମ୍ରେ ରହୁଥିଲେ । ଆଜି ସକାଳୁ ମାଆ ହାର୍ଦ୍ଦିକଙ୍କ ରୁମ୍ କବାଟ ବାଡେଇଥିଲେ । ସେ କବାଟ ନଖୋଲିବାରୁ କବାଟ ଭାଙ୍ଗି ଭିତରକୁ ପରିବାର ଲୋକ ପଶିଥିଲେ । ଶାଶ୍ୱତ ବେଡ୍ ରୁମ୍ରେ ଗୋଟିଏ ହୁକ୍ରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ବୈଽ୍ୟନାଥପୁର ଥାନା ପୁଲିସ ପହଞ୍ଚି ଶବକୁ ଉଦ୍ଧାର କରିଥିଲା । ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ଓ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ବୋଲି କହିଛନ୍ତି ବୈଦ୍ୟନାଥପୁର ଥାନା ଆଇଆଇସି ଶାରଦା ପ୍ରସନ୍ନ ଦାଶ ।