ବ୍ରହ୍ମପୁର : ଜିଲ୍ଲାରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ୧୯ଘଣ୍ଟିଆ ସଡ୍ ଡାଉନ୍ ଘୋଷଣା କରିଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା ତେଜରାତି, ପରିବା, କ୍ଷୀର ଆଦି ଦୋକାନ ସକାଳ ୭ରୁ ୧୨ଟା ୫ଘଣ୍ଟା ଖୋଲିବାକୁ ନିର୍ଦ୍ଦେଶନାମା ଜାରି ହୋଇଥିବା ବେଳେ ଔଷଧ ଦୋକାନ ୨୪ଘଣ୍ଟିଆ ଖୋଲିବାକୁ କୁହାଯାଇଛି । ଆଉ ସବୁ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିଲେ ମଧ୍ୟ ନିୟମ ନମାନି କିଛି ଅମାନିଆ ବ୍ୟବସାୟୀ ଦୋକାନ ଖୋଲୁଥିବା ଦେଖିବାକୁ ମିଳିଛି । ଏହି ମର୍ମରେ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଗୁରୁବାର ସାମାଜିକ ଦୂରତା ରକ୍ଷାନକରି ବ୍ୟବସାୟ କରୁଥିବା ୧୧ଟି ଦୋକାନରୁ ୩ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ବେଳେ ଲକ୍ ଡାଉନ୍ ନିୟମ ନମାନି ଦୋକାନ ଖୋଲି ବ୍ୟବସାୟ କରୁଥିବା ଅଭିଯୋଗରେ ୧୦ଟି ଦୋକାନକୁ ମହାନଗର ନିଗମ କର୍ତ୍ତୃପକ୍ଷ ସିଲ୍ କରିଥିବା କମିଶନର ଚକ୍ରବର୍ତ୍ତି ସିଂ ରାଥୋଡ ସୂଚନା ଦେଇଛନ୍ତି ।
Related Stories
November 23, 2024