ଗଞ୍ଜାମ– ଗଞ୍ଜାମ ଜିଲ୍ଲାରେ ଆଜି ୫୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାକି ରାଜ୍ୟରେ ସର୍ବାଧିକ ରହିଛି । ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୫୫ ବୃଦ୍ଧି ପାଇଛି । ଗତକାଲି ସୁଦ୍ଧା ଏହି ସଂଖ୍ୟା ୬୯୯ ଥିଲା ।
ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ କ୍ୱାରେଂଟାଇନ ସେଂଟରର ଓ ସୁରତ ଫେରନ୍ତା ରହିଥିବା ସୂଚନା ମିଳିଛି । ପୂର୍ବରୁ ଏମାନଙ୍କର ସ୍ୱାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପାଇଁ ପଠାଯାଇଥିଲା । ନମୂନା ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲକୁ ପଠାଯାଇଛି ।
ଇତିମଧ୍ୟରେ ଜିଲ୍ଲାରେ ୬୨୦ ଜଣ ସୁସ୍ଥ ହୋଇଛନ୍ତି । ଆଜିକୁ ମିଶାଇ ଜିଲ୍ଲାରେ ୧୨୯ଟି ସକ୍ରିୟ ମାମଲା ରହିଛି । ବର୍ତମାନ ସୁଦ୍ଧା ଜିଲ୍ଲାରେ ୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ପ୍ରଶାସନ ପକ୍ଷରୁ ଜିଲ୍ଲାକୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରାଯାଇଛି । ସେହିପରି ଶନିବାର ଓ ରବିବାର ସଟ୍ ଡାଉନ୍ ଜାରୀ ରହିଛି ।