ଭୁବନେଶ୍ୱର – ମେଡିକାଲ ଗୁଡିକୁ ଦଲାଲ୍ ଏବଂ ମଧ୍ୟସ୍ଥି ମାନଙ୍କ କବଳରୁ ମୁକ୍ତ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡ଼ିଏମଓ) ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସପି) ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆଜି ରାଜ୍ୟର କେତେକ ମେଡିକାଲରେ ଚଢ଼ଉ କରାଯାଇ ପ୍ରାୟ ୨୦ ଜଣ ଦଲାଲ୍ ଙ୍କୁ ଗିରଫ କରାଯାଇଛି । ଏଥି ମଧ୍ୟରେ କ୍ୟାପିଟାଲ ହସ୍ପିଟାଲରେ ୪ ଜଣ, ସମ୍ବଲପୁର ଭୀମସାରରେ ୫ ଜଣ ଓ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରୁ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ରାଜ୍ୟର ଅନ୍ୟାନ୍ୟ ମେଡ଼ିକାଲରୁ ୬ ଜଣଙ୍କୁ ଗିରଫ କରାଯାଇଛି ।
Related Stories
November 25, 2024