
ଭୁବନେଶ୍ୱର – ଚଳିତ ନିର୍ବାଚନରେ କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ହୋଇଥିବା ଚିତରଞ୍ଜନ ମଣ୍ଡଳ ଆଜି ବିଧିବଦ୍ଧ ଭାବେ ବିଜେଡ଼ିରେ ଯୋଗ ଦେଇଛନ୍ତି । ଚିତରଞ୍ଜନ ଆଜି ଶତାଧିକ କର୍ମୀ ତଥା ସମର୍ଥକଙ୍କ ଗହଣରେ ନବୀନ ନିବାସ ଆସି ଦଳରେ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଥିଲେ ।