-
ସହର ବୁଲି ତଦାରଖ କଲେ ଉପଜିଲ୍ଲାପାଳ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଛି । ଗତ କିଛିଦିନ ବ୍ୟବଧାନ ମଧ୍ୟରେ ଜିଲ୍ଲାକୁ ପ୍ରାୟ ୨ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଦେଶର ବିଭିନ୍ନ ରାଜ୍ୟ ଓ ଦେଶ ବାହାରୁ ଗଞ୍ଜାମକୁ ଆସିଛନ୍ତି । କାହାର କ୍ୱରଣ୍ଟାଇନ୍ ଅବଧି ସରିଛି ତ କାହାର ସରିନାହିଁ । ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ ହେବା ଆଶଙ୍କାକରି ଗତ ୧୪ତାରିଖ ଦିନ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନାକରି ଗଞ୍ଜାମ ଜିଲ୍ଲାରେ ୧୯ଘଣ୍ଟିଆ ସଡ୍ ଡାଉନ୍ ଘୋଷଣା କରିଥିଲେ । ଏହାର ଦ୍ୱିତୀୟ ଦିନ ମଙ୍ଗଳବାର ସକାଳ ୭ଟାରୁ ୧୨ଟା ୫ଘଣ୍ଟା ବ୍ରହ୍ମପୁର ମହାନଗର ନିଗମ ସହ ଜିଲ୍ଲାର ସମସ୍ତ ସହରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା ପରିବା, ତେଜରାତୀ, କ୍ଷୀର ଓ ଔଷଧ ଦୋକାନକୁ ଛାଡିଦେଲେ ଜିଲ୍ଲାରେ କାଁ ଭାଁ ଅନ୍ୟ ଦୋକାନ ଖୋଲିଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ୨୨ଟି ବ୍ଲକ୍ ଓ ୧୭ଟି ଏନ୍ଏସିର ବିଡିଓ, ତହସିଲଦାର ଓ ନିର୍ବାହୀଯନ୍ତ୍ରୀଙ୍କ ସହ ପୋଲିସ ଅଧିକାରୀମାନେ ନିଜ ନିଜ ଅଞ୍ଚଳରେ ସଡ୍ ଡାଉନ୍ କିପରି କଡାକଡି ପାଳନ କରାଯିବ ସେନେଇ ଦ୍ୱିତୀୟ ଦିନରେ ମଙ୍ଗଳବାର ସକାଳୁ ନିଜ ନିଜ ଅଞ୍ଚଳରେ ପଇଁତରା ମାରିଛନ୍ତି । ଏହି ମର୍ମରେ ମଙ୍ଗଳବାର ସ୍ଥାନୀୟ ମୟୁରୀ ଟାୱାର, ଅନ୍ନପୂର୍ଣ୍ଣା ବଜାର, ଗିରି ମାର୍କେଟ ଛକ, ସାଇ କମ୍ପେ୍ଲକ୍ସ, ପୁରୁଣା ବସ୍ଷ୍ଟାଣ୍ଡ ଆଦି ଅଞ୍ଚଳରେ ଭିଡ ଥିବା ଖବରପାଇ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବ, ତହସିଲଦାର ସୀପକ ପାତ୍ର, ନିଗମ ଇନ୍ଫର୍ସମେଣ୍ଟ ଅଫିସ୍ର ତରୁଣ କାନ୍ତ ପ୍ରମୁଖ ପହଞ୍ôଚ ବ୍ୟବସାୟୀଙ୍କୁ ଦୋକାନ ନ ଖୋଲିବାକୁ କହିବାକୁ ସହ ଗ୍ରାହକଙ୍କୁ ଘୋଡାଇଥିଲେ । ୧୨ଟା ପରେ ବିଭିନ୍ନ ବଜାର ଓ ଛକ ଅଞ୍ଚଳ ବୁଲି ଅମାନିଆଙ୍କୁ ବାହାରକୁ ନ ବାହାରିବା ପାଇଁ ତାଗିଦ୍ କରିଥିଲେ । ଗେଟ୍ ବଜାର ଭେଣ୍ଡିଂ ଜୋନ୍, କମାପଲ୍ଲୀ ଭେଣ୍ଡିଂ ଜୋନ୍କୁ ବ୍ରହ୍ମପୁର ତହସିଲଦାର ସିପକ ପାତ୍ର ବୁଲି ଗହଳି ନକରି ସମଦୂରତା ରକ୍ଷାକରି ମାସ୍କ ପିନ୍ଧି ବ୍ୟବସାୟ କରିବା ପାଇଁ ବ୍ୟବସାୟୀଙ୍କୁ ପରାମର୍ଶ ଦେଇଥିଲେ । ସେପଟେ ବ୍ରହ୍ମପୁର ସହରକୁ ପ୍ରବେଶ କରୁଥିବା ଖୋଡାସିଂ, ଲାଞ୍ଜିପଲ୍ଲୀ, ହଳଦିଆପଦର ଓ ଫାଷ୍ଟଗେଟ୍ରେ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଅସ୍ଥାୟୀ ପୋଲିସ ଫୋର୍ସ ବସାଇ ଗାଡି ଯାଞ୍ଚ ସହ ସମସ୍ତଙ୍କୁ ସାବାଡ କରାଯାଇଛି । ସେପଟେ ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରଏଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ବିଭିନ୍ନ ଥାନା ଇଲାକାରେ ପାଟ୍ରୋଲିଂ କଡାକଡି କରାଯିବା ସହ ଅମାନିଆଙ୍କୁ ସାବାଡ କରୁଛି ପୋଲିସ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO