-
ମଙ୍ଗଳବାର ୮କରୋନା ରୋଗୀ ଚିହ୍ନଟ, ୩ସୁସ୍ଥ
ବ୍ରହ୍ମପୁର : ଜିଲ୍ଲାରେ ମଙ୍ଗଳବାର ୮ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ବର୍ତ୍ତମାନ ଜିଲ୍ଲାରେ ୬୯୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୩୨ଦିନରେ ୬୧୬ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୬ ଜଣ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ବର୍ତ୍ତମାନ ଜିଲ୍ଳାରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ôଚଛି । ଜିଲ୍ଲାକୁ ପ୍ରାୟ ୨ଲକ୍ଷରୁ ଊର୍ଦ୍ଧ୍ୱ ଓଡ଼ିଆ ପ୍ରବାସୀ ଆସିଥିବା ବେଳେ ସେମାନଙ୍କୁ ପ୍ରାୟ ୩ହଜାରରୁ ଊର୍ଦ୍ଧ୍ୱ ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପ ବା ସଙ୍ଗରୋଧ ଗୃହରେ ରଖାଯାଇ ଯାହାର ସମୟସୀମା ସରିଛି ତାକୁ ଘରକୁ ପଠାଯାଇଛି । ଯାହାର ସରିନି ତାଙ୍କୁ ସଙ୍ଗରୋଧ ଗୃହରେ ରଖାଯାଇଛି । ପ୍ରବାସୀମାନେ ନିଜ ଘରକୁ ଫେରିବାପରେ ଜିଲ୍ଲା ଗୋଷ୍ଠୀ ସଂକ୍ରମଣ ହେବା ଆଶଙ୍କାକରି ଜିଲ୍ଲାକୁ ଗତ ସୋମବାର ଠାରୁ ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ୧୯ଘଣ୍ଟିଆ ସଟ୍ ଡାଉନ୍ ଜିଲ୍ଲାପାଳ ଘୋଷଣା କରିଛନ୍ତି । ସୋମବାର ବାହାରିଥିବା ୮ଜଣ କରୋନା ରୋଗୀଙ୍କ ଟ୍ୱିଟ୍କରି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ବେଲଗୁଣ୍ଠା ବ୍ଲକ୍ର ୬୦, ୫୪, ୫୧ ଓ ୨୩ବୟସ୍କ ପୁରୁଷ ଥିବାବେଳେ ଭଞ୍ଜନଗର ବ୍ଲକ୍ରୁ ଜଣେ ୫୫ବୟସ୍କ ପୁରୁଷ ଓ ୪୫ବର୍ଷୀୟା ଜଣେ ମହିଳା ରହିଛନ୍ତି । ସେହିପରି ପାତ୍ରପୁର ବ୍ଲକ୍ର ଜଣେ ୩୫ବର୍ଷୀୟ ଓ ୧୮ବୟସ୍କ ଜଣେ ପୁରୁଷ ଅଛନ୍ତି । ଏହି ନୂଆ ୮ଜଣ କରୋନା ଆକ୍ରାନ୍ତଙ୍କୁ ଟାଟା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ସେ ସୂଚନା ଦେଇଛନ୍ତି । ଗତ କିଛିଦିନ ହେବ ଜିଲ୍ଲାରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ କରିବା ସହ ସ୍କ୍ରିନିଂ କରାଯାଉଛି । ବିଭିନ୍ନ ଗ୍ରାମ ଓ ସହରର ଚା’ ଦୋକାନୀ ଓ ତେଜରାତୀ ଦୋକାନୀ ସହ ବ୍ୟବସାୟୀଙ୍କ ଠାରୁ ସ୍ୱାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଉଛି । ଏମାନଙ୍କ ମଧ୍ୟରୁ ବହୁ ପଜେଟିଭ ବାହାରିଥିବା କୁହାଯାଉଛି । ଚିହ୍ନଟ ହୋଇଥିବା ୮ଜଣ ରୋଗୀ ପଜେଟିଭ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା କୁହାଯାଉଛି ।