
ଭଞ୍ଜନଗର – ଆଜି ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ର ବିଜେପି କର୍ମକର୍ତ୍ତା ମାନେ ଦୀର୍ଘ ଦିନ ହେଲା ଭଞ୍ଜନଗର ସହର ରେ ଲାଗିରହିଥିବା ବିଭିନ୍ନ ସମସ୍ୟା କୁ ନେଇ ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଙ୍କୁ ଏକ ଦାବୀ ପତ୍ର ଦେଇଛନ୍ତି l ସେଥି ମଧ୍ୟରେ ବହୁ ଦିନ ହେଲା ସ୍ଥାନୀୟ ନୂତନ ବସ ଷ୍ଟାଣ୍ଡ ଓ ଟାଉନ ହଲ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଉଦଘାଟିତ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ହୋଇନି, ରାସ୍ତାରେ ବୁଲା ଗାଈ ଗୋରୁ, କୁକୁର ଓ ଘୁଷୁରୀ ଙ୍କ ପ୍ରାଦୁର୍ଭାବ ବଢୁଛି, ଛାତ୍ର ଛାତ୍ରୀ ମାନଙ୍କ ସ୍କୁଲ ଯିବା ଆସିବା ସମୟରେ ମୁଖ୍ୟ ରାସ୍ତାରେ ଭାରୀ ଯାନ ଚଳା ଚଳ ବନ୍ଦ ରଖିବା, ଗାଡି ପର୍କିଙ୍ଗ ପାଇଁ ସ୍ଥାନ ନିରୁପଣ ଭଳି ସମସ୍ୟା ର ତୁରନ୍ତ ସମାଧାନ ସମ୍ପର୍କ ରେ ଉଲ୍ଲେଖ ଥିଲା l ଅତି ଶୀଘ୍ର ଆଲୋଚନା କରି ଏହାର ସ୍ଥାୟୀ ସମାଧାନ କରାଯିବ ବୋଲି ଉପ ଜିଲ୍ଲାପାଳ ଶ୍ରୀ ମିଞ୍ଜ କହିଥିଲେ l ଏଥିରେ ବିଜେପି ନେତା ପ୍ରଦ୍ୟୁମ୍ନ ନାୟକ, ସନ୍ତୋଷ ତିଆଡ଼ି, ଗୋପାଳ କୃଷ୍ଣ ପାଣିଗ୍ରାହୀ, ସନ୍ତୋଷ ପାଳ, ସୁନନ୍ଦ ତ୍ରିପାଠୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ l —————- ରିପୋର୍ଟ – ଜୟ କୃଷ୍ଣ ପଟ୍ଟନାୟକ (ଭଞ୍ଜନଗର)