ପୁରୀ, ଶ୍ରୀମନ୍ଦିରର ନୀଳଚକ୍ର ବାନା ଏବଂ ବାଉଁଶ ଜଳିଯାଇଛି | ଶ୍ରୀ ଜଗନ୍ନାଥ ସେନା ଦ୍ୱାରା ଏତଲା ଦିଆ ଯାଇଛି ଯେ କୁଆଡେ ଗଲା ଶ୍ରୀମନ୍ଦିରର ଲାଗିଥିବା ସେଇ ପୁରୁଣା ଅଷ୍ଟଧାତୁର ବିଶାଳ ଓ ବହୁମୂଲ୍ଯ ତଥା ବିଜୁଳି ସହନକାରୀ ଆର୍ଥିନ ଓ ବହୁମୂଲ୍ଯ ମୂର୍ତି ସବୁ ।ସାମାନ୍ୟ ବିଜୁଳିରେ ଶ୍ରୀ ମନ୍ଦିର ଏଭଳି ଅବସ୍ଥା ।ଆର୍ଥିନ ତାରଟିକୁ ପ୍ରଶ୍ନତତ୍ତ୍ୱ ବିଭାଗ ଏବଂ ଶ୍ରୀ ମନ୍ଦିର ପ୍ରଶାସନ ହଟାଇ ଏକ ନୂଆ ଦୁର୍ବଳ ଆର୍ଥିନ ତାର ଲଗାଇ ଦେଇଛନ୍ତି |ତେବେ ଶ୍ରୀ ମନ୍ଦିର ଉଚତା ଅଧିକ ଥିବାରୁ ସବୁବେଳେ ବିଜୁଳି ଭୟ ଥିବା ହେତୁ ତାକୁ ମ୍ୟାଚିଙ୍ଗ କରି ଏକ ମୋଟା ଓ ଚଉଡାର ଏକ ବିରାଟ ଅଷ୍ଟଧାତୁର ଅତି ମୂଲ୍ୟବାନ ଏବଂ ବିଦ୍ୟୁତ ସହନ କାରି ଆର୍ଥିନ ତାର ନୀଳଚକ୍ର ଠାରୁ ଆସି ବିମଳାଙ୍କ କୂଅରେ ପୋତା ହୋଇ ଥିବାର ଆମେ ସମସ୍ତେ ଦେଖିଛେ |
ମାତ୍ର ହଠାତ ସେଇଟା କୁଆଡେ ଉଭାନ ହୋଇଯାଇଛି |ତା ବଦଳରେ ଏକ ସରୁଆ ଏବଂ ଶସ୍ତା ତମ୍ବା ଆର୍ଥିନ ତାର ଲଗାଇ ଦେଇଛନ୍ତି | ଯାହା ଫଳରେ ଏହା ପ୍ରଚଣ୍ଡ ବିଜୁଳିକୁ ସମ୍ଭାଳି ପାରୁନି ଏବଂ ଶ୍ରୀ ମନ୍ଦିରର ବହୁତ କ୍ଷତି ହେଉଛି | ବିଶ୍ୱସ୍ତ ଖବରରୁ ପ୍ରକାଶ ଯେ ଏହା ଏକ କମ୍ପାନୀକୁ ପ୍ରାୟ ସାଢେ ତିନି ହଜାରେ କୋଟି ଟଙ୍କାରେ ବିକ୍ରି କରିଦିଆଯାଇଛି|କେବଳ ଆର୍ଥିନ ନୁହେଁ ବହୁ ବିରଳ ମୂର୍ତ୍ତି ମଧ୍ୟ ଗାୟବ ଓ ବିଦେଶରେ ବିକ୍ରି କରାଯାଇଛି| ଏହାର ଉଚ୍ଚସ୍ତରୀୟ ତଦନ୍ତ ତଥା ସିବିଆଇ ତଦନ୍ତ କରାଯିବା ପାଇଁ ଆବାହକ ଶ୍ରୀ ଜଗନ୍ନାଥ ସେନା ପ୍ରିୟଦର୍ଶନ ପଟ୍ଟନାୟକ ଦାଵୀ କରିବା ସହିତ କେଉଁ କେଉଁ ମାନେ ଏଥିରେ ଜଡିତ ସେମାନଙ୍କୁ ଲୋକଲୋଚନକୁ ଅଣା ଯାଇ ଗିରଫ କରାଯାଉ |ଏଥି ପାଇଁ ଆଗରୁ ଏତଲା ଏବଂ ଆନ୍ଦୋଳନ କରାଯାଇଛି କିନ୍ତୁ ଫଳ ଶୁନ୍ୟ ହୋଇ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି |