
ଜଗନ୍ନାଥ ପ୍ରସାଦ : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଯୁବ ରେଡକ୍ରସ ଶାଖା ଆଞ୍ଚଳିକ ଜୁନିୟର ଓ ଡିଗ୍ରୀ ମହାବିଦ୍ୟାଳୟ ତରଫରୁ ରାଉତି ଗ୍ରାମ ପଞ୍ଚାୟତର ଭାବସର ସଙ୍ଗରୋଧ କେନ୍ଦ୍ରରେ ରେଡ୍ କ୍ରସ୍ କାଉନ୍ସିଲର ଅଧ୍ୟାପକ ଲୋକନାଥ ମହାନ୍ତି ଓ ଯୁବ ରେଡକ୍ରସ ସ୍ଵେଚ୍ଛାସେବୀ ମାନଙ୍କ ଦ୍ଵାରା କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରେଡ୍ କ୍ରସ କାଉନ୍ସିଲର କୋଭିଡ-୧୯ କଣ, ୨୦ ସେକଣ୍ଡ ହାତ ଧୋଇବାର ସାତୋଟି ପର୍ଯ୍ୟାୟ ପ୍ରଶିକ୍ଷଣ ମାଧ୍ୟମରେ ସାମାଜିକ ଦୂରତ୍ୱ ରକ୍ଷା କରି ଅନ୍ତେବାସୀ ମହିଳା ଓ ପୁରୁଷ ମାନଙ୍କୁ ଅଭ୍ୟାସ କରାଇଥିଲେ । ସଙ୍ଗରୋଧ କେନ୍ଦ୍ର ମୁଖ୍ୟ ଦାୟିତ୍ଵ ରେ ଥିବା ଶିକ୍ଷକ ପୁରିଷୋତ୍ତମ ସାହୁ ଘରକୁ ଗଲା ପରେ କିପରି ମାକ୍ସ ପିନ୍ଧିବା, ସାମାଜିକ ଦୂରତା ରଖିବା, କରୋନା ଠାରୁ କିପରି ସତର୍କତା ରହିବା ସେ ସମ୍ପର୍କରେ ଅନ୍ତେବାସୀଙ୍କୁ ବୁଝାଇ ଥିଲେ ।
ମହାବିଦ୍ୟାଳୟର ଡି.ଇ.ଓ ତଥା ସୁରକ୍ଷା ସ୍ଵେଚ୍ଛାସେବୀ ସଂଗଠନ ସଭାପତି ସରୋଜ କୁମାର ନାୟକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଅନ୍ତେବାସୀଙ୍କୁ ନିଜେ ସଚେତନ ରହିଲେ କରୋନା ଆମକୁ ହେବ ନାହିିଁ ବୋଲି କହି “ରୋଗୀ କୁ ନୁହଁ ରୋଗକୁ ଘୃଣା କରନ୍ତୁ” ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ମୁକୁନ୍ଦ ଦେବ ନାୟକ, ଶିକ୍ଷକ ସରୋଜ କୁମାର ବେହେରା ଓ ଶିକ୍ଷୟିତ୍ରୀ ପୁଷ୍ପାଲତା ନାୟକ, ଶିକ୍ଷକ ଲକ୍ଷ୍ମୀଧର ପ୍ରଧାନ ଓ ଅଙ୍ଗନବାଡି ସହ କର୍ମୀ ବୈଶାଳୀ ନାୟକ ଉପସ୍ଥିତ ଥିଲେ । ଏହି ଭଳି ଜନ ସଚେତନତା କାର୍ଯ୍ୟକ୍ରମ ଯୁବ ରେଡ୍ କ୍ରସ୍ କରୁଥିବାରୁ କାର୍ଯ୍ୟକ୍ରମ ଶେଷରେ ଶିକ୍ଷକ ବିଭୂତି ଭୁଷଣ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଵେଚ୍ଛାସେବୀ କେଶବ ଭୋଇ, ଚନ୍ଦନ ବିଶ୍ଵାଳ, ନିରଞ୍ଜନ ଆରୁଖ, ନନ୍ଦନ ବିଶ୍ଵାଳ ଓ ପପୁନ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ।
ଗଞ୍ଜାମ
ଜଗନ୍ନାଥ ପ୍ରସାଦ
ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO