
ମହାବିଦ୍ୟାଳୟର ଡି.ଇ.ଓ ତଥା ସୁରକ୍ଷା ସ୍ଵେଚ୍ଛାସେବୀ ସଂଗଠନ ସଭାପତି ସରୋଜ କୁମାର ନାୟକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଅନ୍ତେବାସୀଙ୍କୁ ନିଜେ ସଚେତନ ରହିଲେ କରୋନା ଆମକୁ ହେବ ନାହିିଁ ବୋଲି କହି “ରୋଗୀ କୁ ନୁହଁ ରୋଗକୁ ଘୃଣା କରନ୍ତୁ” ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ମୁକୁନ୍ଦ ଦେବ ନାୟକ, ଶିକ୍ଷକ ସରୋଜ କୁମାର ବେହେରା ଓ ଶିକ୍ଷୟିତ୍ରୀ ପୁଷ୍ପାଲତା ନାୟକ, ଶିକ୍ଷକ ଲକ୍ଷ୍ମୀଧର ପ୍ରଧାନ ଓ ଅଙ୍ଗନବାଡି ସହ କର୍ମୀ ବୈଶାଳୀ ନାୟକ ଉପସ୍ଥିତ ଥିଲେ । ଏହି ଭଳି ଜନ ସଚେତନତା କାର୍ଯ୍ୟକ୍ରମ ଯୁବ ରେଡ୍ କ୍ରସ୍ କରୁଥିବାରୁ କାର୍ଯ୍ୟକ୍ରମ ଶେଷରେ ଶିକ୍ଷକ ବିଭୂତି ଭୁଷଣ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଵେଚ୍ଛାସେବୀ କେଶବ ଭୋଇ, ଚନ୍ଦନ ବିଶ୍ଵାଳ, ନିରଞ୍ଜନ ଆରୁଖ, ନନ୍ଦନ ବିଶ୍ଵାଳ ଓ ପପୁନ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ।
ଗଞ୍ଜାମ
ଜଗନ୍ନାଥ ପ୍ରସାଦ
ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ