ବ୍ରହ୍ମପୁର:କୁକୁଡ଼ଖଣ୍ଡି ବ୍ଲକ ବାଲିପଡା ପଂଚାୟତର ଟିକରପଡା ଗ୍ରାମ ଠାରେ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଯାଇଛି । ବିଜେଡ଼ି ବ୍ଲକ ସଭାପତି ସନ୍ତୋଷ ଚୌଧୁରୀ ସଭାପତିତ୍ୱରେ ଏହି ସଭା ଆୟୋଜିତ ହାଇଥିଲା ।ପଂଚାୟତର ପତ୍ୟେକ ୱାର୍ଡ ରୁ ଚାରି ଜଣ ଲେଖାଏଁ ଆକ୍ଟିଭ ମେମ୍ବର ରହିବେ ଓ ପ୍ରତ୍ୟେକ ଆକ୍ଟିଭ ମେମ୍ବର ପଚିସି ଜଣ ଲେଖାଏଁ ପ୍ରାଥମିକ ସଦସ୍ୟ ସଂଗ୍ରହ କରିବା ସହିତ ଦଳକୁ କିପରି ମଜବୁତ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ହାତ ମୁଠାକୁ ଟାଣ କରାଯାଇପାରିବ , ସେହି ବିଷୟରେ ଅତିଥି ମନେ ନିଜର ବକ୍ତବ୍ୟ ରଖିଥିଲେ। ଏଥିରେ ବ୍ଲକ ଚେୟାରମ୍ୟାନ କାମାକ୍ଷ ପ୍ରସାଦ ପାତ୍ର , ଦିଗପହଣ୍ଡି ବିଭାନସଭା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ch ସୀମାଦ୍ରୀ, ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ କାହ୍ନୁ ଚରଣ ପାତ୍ର, ପାଇକରି ଭଣ୍ଡାର ସଭାପତି ସୁଧୀର ରାଉତ , ସଂଖ୍ୟାଲଘୁ ଜିଲ୍ଲା ସଭାପତି ଶେଖ ସବୀର , ଏଲ ପୁରୁଷୋତ୍ତମ ପାତ୍ର ମଞ୍ଚାସିନ ଥିଲେ। ଏଥିରେ ନରସିଂହ ସାହୁ , ନିରଂଜନ ମହାନ୍ତି , ଦିଲୀପ ପାତ୍ର,ରଜିତ ପାତ୍ର,ଗୋବିନ୍ଦ ଗୌଡ, ସୀତାରାମ ସାହୁ , ରଘୁ ପାତ୍ର, ରଙ୍କନିଧି ପଣ୍ଡାଙ୍କ ସମେତ ବ୍ଲକର ସମସ୍ତ ସରପଞ୍ଚ, ସମିତିସଭ୍ୟ ଓ ବିଜୁ ଜନତା ଦଳର ନେତା ଓ କର୍ମୀମାନେ ଯୋଗଦେଇଥିଲେ ।