
ଭଞ୍ଜନଗର – ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ 150 ତମ ଜୟନ୍ତୀ ଅବସରରେ ବିଶ୍ୱରେ ଶାନ୍ତି ଓ ପ୍ରଗତି ପାଇଁ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିଜସ୍ୱ ଉଦ୍ୟମ ରେ ଅହିଂସା ରଥ ରାଜ୍ୟ ର ବିଭିନ୍ନ ଅଞ୍ଚଳ ପରିକ୍ରମା କରୁଛି l ଆଜି ଭଞ୍ଜନଗର ଜଙ୍ଗଲ ବିଭାଗ ଡାକବଙ୍ଗଳା ରୁ ଏହି ରଥ ଏକ ବିରାଟ ଶୋଭାଯାତ୍ରା ରେ ମେନ ରୋଡ଼, ବାଉଁଶ ଲୁଣ୍ଡି ଦେଇ ବଡ କୋଦଣ୍ଡା ଠାରେ ପହଂଚି ସେଠାରେ ଏକ ପଥ ପ୍ରାନ୍ତ ନାଟକ ଜରିଆରେ ହିଂସା ଛାଡି ଅହିଂସା ମାର୍ଗ କୁ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଥିଲା l ସେଠାରୁ ରଥ ବାହାରି ଭଞ୍ଜନଗର ବାଇ ପାସ ରାସ୍ତାରେ ଆସି ଭେଜିପୁଟ, ଷ୍ଟେଟ ବ୍ୟାଙ୍କ ଛକ ଦେଇ କୁଲାଡ଼ ଓ ତୁରୁମୁ ପଞ୍ଚାୟତ ର ବହୁ ଗ୍ରାମ ପରିକ୍ରମା କରି ଜଗନ୍ନାଥ ପ୍ରସାଦ ବ୍ଲକ ଅଭିମୁଖେ ଯାତ୍ରା କରିଥିଲା l ଏଥିରେ ବିଜେଡି ର ବହୁ ନେତା ଓ କର୍ମୀ ସାମିଲ ଥିଲେ l ସେଥି ମଧ୍ୟରେ ରାଜେନ୍ଦ୍ର ପ୍ରଧାନ, ଦିବାକର ନାୟକ, ଏମ.ତାଜ ଆଦେନି, ଶୁଳପାଣି ଶତପଥି, ଚିଦାନନ୍ଦ ସ୍ୱାଇଁ, ସୁଧୀର ବେହେରା ଓ ଅନ୍ୟମାନେ ଉପସ୍ଥିତ ଥିଲେ l