ରାଉରକେଲା -ରାଉରକେଲାରେ ସହର ତଥା ଆଖ ପାଖର ମୋଟ ୪୬ଜଣ ବେକାର ଯୁବକଙ୍କୁ ରେଳବାଇରେ ଠିକା କାମ ଚାକିରୀ କରାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଦେବାଶିଷ ସାମନ୍ତରାୟ ନାମକ ବ୍ୟକ୍ତିକୁ ଆଜି ରଘୁନାଥପାଲ୍ଲୀ ପୁଲିସ ଗିରଫ କରିଛି ।ସେ ରାଉରକେଲା ଛେଣ୍ଡକଲୋନୀ ବାସିନ୍ଦା ।ସହରର ସାରନଗରୀ,ଜଲଦା ସମେତ ଝାଡଖଣ୍ଡ ଅଂଚଳରେ ତାର ଏହି କାରବାର ଚାଲିଥିଲା ।ବେଶି ନୁହେଁ ଠିକା କାମ ଲାଗି ମାତ୍ର ୩ରୁ ୫ହଜାର ଟଙ୍କା ନେଇ ଆଉ ଦେଖା ଦେଉନଥିଲେ ଏବାବୁ ।ଟଙ୍କା ପୁଣି ଆକଉଁଟ ମାଧ୍ୟମରେ କୁାଆଡେ ସେ ନେଉଥିଲେ ବୋଲି ଅଭିଯୋଗ ହୋଇଛି ।ପୁର୍ବରୁ ଲାଠିକଟା ଅଂଚଳର ଜଣେ ଆର ପି ଏଫ କର୍ମଚାରୀ ଏହିଭଳି ଲକ୍ଷ ଲକ୍ଷ ଟଙ୍କା ରେଳବାଇ ଚାକିରି କରାଇଦେବା ଲାଗି ଠକି ନେଇଥିବା ନେଇ ପୁଲିସ ନିକଟରେ ଅଭିଯୋଗ ହୋଇଥିଲା ।ତେବେ ଏହି ମାମଲାରେ ପୁଲିସ ଅଭିଯୋଗ ପାଇ ଅଭିଯୁକ୍ତକୁ ଗିରଫ କରି କୋର୍ଟକୁ ଚାଲାଣ କରିଥିବା ପ୍ରକାଶ ।
Related Stories
December 2, 2024