
-
ମହାମହିମ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ କଲେ ଉଦଘାଟନ
ଆଜିର ଆଲୋଚନାକୁ ମହାମହିମ ଓଡିଶାର ରାଜ୍ୟପାଳ ଶ୍ରୀଯୁକ୍ତ ପ୍ରଫେସର୍ ଗଣେଶୀ ଲାଲ୍ ଉଦ୍-ଘାଟନ କରିଥିଲେ। ଚମତ୍କାର ଉଦବୋଧନୀ ଅଭିଭାଷଣ ମାଧ୍ୟମରେ ସେ ଯୁବପିଢ଼ିଙ୍କୁ ଦେଶର ଆଶା ଓ ସମ୍ଭାବନା ବୋଲି ଅଭିହିତ କରିଥିଲେ। ‘ପରିବେଶ ଉଦବେଗ, ଯୁବପିଢ଼ି ଓ ସାହିତ୍ୟ’ ସମ୍ପର୍କରେ ପ୍ରଥମେ ସୂଚନା ଦେଇଥିଲେ ଫାଉଣ୍ଡେସନର ସଚିବ, ଶାନ୍ତିନିକେତନର ପ୍ରଫେସର ରବୀନ୍ଦ୍ର କୁମାର ଦାସ । ପ୍ରାରମ୍ଭିକ ଭାଷଣରେ ଫାଉଣ୍ଡେସନର ଅଧ୍ୟକ୍ଷା ତଥା ଫକୀରମୋହନଙ୍କ ଅଣନାତୁଣୀ ମୋନିକା ଦାସ ଫାଉଣ୍ଡେସନର ଉଦ୍ଦେଶ୍ୟ ତଥା ଆଜିର ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ।
ନୂଆଦିଲ୍ଲୀ ସ୍ଥିତ ଜମିଆ ମିଲିଆ ବିଶ୍ଵବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ପ୍ରଫେସର ବୁଲ୍ ବୁଲ୍ ଧର୍ ଜେମସ୍ ତାଙ୍କର ବକ୍ତବ୍ୟ ରଖିଥିଲେ। ବିଶିଷ୍ଟ ଓଡ଼ିଆ ଲେଖକ ଦାଶ ବେନହୂର୍ ଅତିଥି ବକ୍ତା ଭାବରେ ସାମାଜିକ ପରିବେଶ ଓ ଯୁବପିଢିଙ୍କ ଭୂମିକା ସମ୍ପର୍କରେ ଦୀକ୍ଷାନ୍ତ ବକ୍ତବ୍ୟ ରଖିଥିଲେ।
ଏହି ଆଲୋଚନା ଚକ୍ରରେ ଶତାଧିକ ଛାତ୍ରଛତ୍ରୀମାନେ ଯୋଗ ଦେଇଥିଲେ। ଅତିଥି ମାନଙ୍କର ବକ୍ତବ୍ୟ ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇଥିଲା। ଶେଷରେ ଫାଉଣ୍ଡେସନର ସଂଯୋଜିକା ଅଧ୍ୟାପିକା ସଂଘମିତ୍ରା ଭଞ୍ଜ ଧନ୍ୟବାଦ ଅର୍ପଣ କରିଥିଲେ। ଫାଉଣ୍ଡେସନ ତରଫରୁ ଆଲୋଚନା ଚକ୍ରକୁ ଅଧ୍ୟାପିକା ତଥା ଗାଳ୍ପିକା ଡକ୍ଟର ହିରଣ୍ମୟୀ ମିଶ୍ର ସଂଯୋଜନା କରିଥିଲେ।