
ବ୍ରହ୍ମପୁର:ଗଞ୍ଜାମ ମାଟିର ପ୍ରଥମ କ୍ଷୁଦ୍ର ଚଳଚିତ୍ର ମର୍ତ୍ତ୍ୟପୁରରେ ଯମରାଜ ଅର୍ନ୍ତରାଷ୍ଟ୍ରୀୟ ଚଳଚ୍ଚିତ୍ର ମହୋତ୍ସବ-୨୦୨୦(ସିଆଇଏଫ୍ଏପ୍୨୦୨୦)ରେ ଚଳିତ ବର୍ଷ ମଇ ମାସ ୨୬ ତାରିଖରୁ ଅନ୍ଲାଇନ ପ୍ରଦର୍ଶନୀ ସମ୍ପୂର୍ଣ୍ଣ ବିଶ୍ୱର୍ରେ ସଫଳତାର ଆୟୋଜିତ ହୋଇଥିଲା । ସେଥିରେ ବିଶ୍ୱର ୩୬ଟି ଦେଶର ୨୯୬ଟି ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା । ଓଡ଼ିଶାର ବହୁ ସୁନାମଧନ୍ୟ ଚଳଚିତ୍ର ଏଥିରେ ଭାଗ ନେଇଥିଲେ । ତେବେ ଗଞ୍ଜାମ ମାଟିର ଚଳଚିତ୍ର ମର୍ତ୍ତ୍ୟପୁରରେ ଯମରାଜ ଅନ୍ତର୍ଜାତୀୟ ଚିତ୍ରଶିଳ୍ପୀ ସ୍ଥିତଧୀ ରଥଙ୍କର ଦ୍ୱାରା ନିର୍ଦ୍ଦେଶୀତ ହୋଇଥିବା ବେଳେ ପ୍ରଯୋଜନା ଦାୟତ୍ୱରେ ସନ୍ୟାସୀ ମହାରଣା, ଇଶା ଭିଜନ ନିବେଦିତ ଦ୍ୱାରା ଚଳଚ୍ଚିତ୍ରରେ ସ୍ଥାନୀୟ କିଛି ଯୁବ କଳାକାର ଭୂମିକାରେ ଅଂଶ ଗ୍ରହଣ କରି ସମ୍ପାଦନା କରିଥିଲେ । ଚଳଚିତ୍ରଟି ପୌରାଣିକ ଚରିତ୍ର ସମ୍ବଳିତ ହୋଇଥିବା କ୍ଷେତ୍ରରେ ଏଥିରେ କରୋନା ଲଢ଼େଇ ସମୟରେ ପୁଲିସ ଏବଂ ଡ଼ାକ୍ତରଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ତାକୁ ନେଇ ପ୍ରଦର୍ଶିତ ହୋଇଥିଲା । କୁକୁଡ଼ାଖଣ୍ଡ ବ୍ଳକ ଅନ୍ତର୍ଗତ ଆଙ୍କୁଶପୁର ଛୋଟ ଏକ ଗାଁ ର କଳାକାରଙ୍କ ପ୍ରଚେଷ୍ଟା ଆଜି ସମ୍ପୂର୍ଣ୍ଣ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି ।ଆମ ରାଜ୍ୟ, ଜିଲ୍ଲା ଏବଂ ବ୍ରହ୍ମପୁର ମାଟି ପାଇଁ ଏକ ସ୍ୱତନ୍ତ୍ର ମାଇଲଖୁଣ୍ଟ ସ୍ଥାପନ କରିଛି । ତେବେ ଏଭଳି ଉପଲବ୍ଧି ଯାହା ଅଚିହ୍ନା ପଲ୍ଲୀ ଏକ ଛୋଟିଆ ଗାଁରେ ନିର୍ମିତ ଚଳଚ୍ଚିତ୍ର ଆଜି ସମ୍ପୂର୍ଣ୍ଣ ବିଶ୍ୱରେ ଚହଳ ସୃଷ୍ଟି କରିଛି ତା ପାଇଁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ପ୍ରଯୋଜନା ସଂସ୍ଥା ଇଶା ଭିଜନ, ପ୍ରଯୋଜକ ଏବଂ ନିର୍ଦ୍ଦେଶକ ସ୍ଥିତଥି ରଥଙ୍କୁ(ସିଆଇଏଫ୍ଏପ୍-୨୦୨୦)ଦ୍ୱାରା ବିଶେଷ ସମ୍ମାନରେ ସମ୍ମାନୀତ ପୂର୍ବକ ତାଙ୍କୁ ସ୍ୱତନ୍ତ୍ର ବିଚାରକ ପୁରସ୍କାର ର ମାନପତ୍ର ତାଙ୍କୁ ପ୍ରଦାନ ସହ ଏଭଳି କାହାଣୀ ପାଇଁ ଭୂୟସୀ ପ୍ରଶଂସା କରାଯାଇଛି । ଏଥିରେ ଚିତ୍ର ଉତ୍ତୋଳନର ଦାୟତ୍ୱ ବସନ୍ତ ମହାରଣା କରିଥିବା ବେଳେ ଚଳଚ୍ଚିତ୍ରରେ ସମ୍ପାଦନା କରିଛନ୍ତି ବାପି ମହାରଣା, ବରିଷ୍ଠ ସାମ୍ବାଦିକ ଶିଶିର ପାଣିଗ୍ରାହୀ ଏବଂ ଅର୍ଜୁନ ପଣ୍ଡା, ଇନସ୍ପେକ୍ଟର ଭବାନନ୍ଦ ପ୍ରଧାନ, ଦିଲେଶ୍ୱର ମିଶ୍ର,ଏମ୍. ମାଧବ ପାତ୍ର, ପିଙ୍କି ମହାରଣା, ବିକାଶ ମହାରଣା, ଉପେନ୍ଦ୍ର ପାତ୍ର ପ୍ରମୁଖ ସହଯୋଗ କରିଛନ୍ତି । ଓଡ଼ିଶାର ସିଆଇଏଫ୍ଏଫ୍ ମୁଖ୍ୟ ସତ୍ୟବ୍ରତ ଜେନା ମର୍ତ୍ତ୍ୟପୁରରେ ଯମରାଜ ଚଳଚିତ୍ର ଏକ ଯୁଗାନ୍ତକାରୀ ସମୟପଯୋଗୀ କାହାଣୀ ସହ ସଂଳାପ ଏବଂ ଅଭିନୟ ସମ୍ପୂର୍ଣ୍ଣ ବିଚାରକ ମଣ୍ଡଳୀକୁ ପ୍ରଭାବିତ କରିଥିଲେ ବୋଲି ଖୁସି ପ୍ରକଟ କରିନ୍ତି । ପ୍ରଦର୍ଶନୀ ସମୟରେ ସର୍ବାଧିକ ଦର୍ଶକ ଏହି ଚଳଚିତ୍ରକୁ ଦେଖିଛନ୍ତି ବିଚାରକ ଏହାକୁ ଉଚ୍ଚ ପ୍ରଶଂସା କରିଥିବା ସେ ବିଭିନ୍ନ ଗଣମାଧ୍ୟମକୁ ଅବଗତ କରିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO