ଭଦ୍ରକ– ଭଦ୍ରକ ଜିଲ୍ଲାର ଦୁଇଟି ସ୍ଥାନରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରୀ କରାଯାଇଛି । ଭଦ୍ରକ ପୌରପାଳିକାର ୧୩ ନଂ ୱାର୍ଡ଼ ଅନ୍ତର୍ଗତ ଅପର୍ତିବିନ୍ଧାର ଏଲଖା ଓ ମୀରସାହିରେ ଏହି କଟକଣା ଜାରୀ କରାଯାଇଛି । ଆଜି ଠାରୁ ଆସନ୍ତା କାଲି ଅର୍ଥାତ୍ ୧୬ ତାରିଖ ସଂନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଏହି କଟକଣା ଜାରୀ କରାଯାଇଛି । ସମସ୍ତ ଧାର୍ମିକ ପୂଜାପାଠ ବନ୍ଦ ସହିତ ଦୁଇରୁ ଅଧିକ ଲୋକ ଏକାଠି ହେବାକୁ ବାରଣ କରାଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତି ଓ କରୋନା ସଂକ୍ରମଣକୁ ଏଡାଇବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଏ ବାବଦରେ ଭଦ୍ରକ ସହରାଚଂଳ ଥାନାରେ କେସ୍ ନଂ ୧୭୨/୨୦ ଓ ୧୭୩/୨୦ ଏବଂ ଭାରତୀୟ ପିଙ୍ଗଳ କୋଡ୍ ର ଦଫା ୧୪୭/୧୪୮/ ୨୯୪/୫୦୬/୩୩୬/୧୫୩ (ଏ) ଓ ୧୪୯ ବଳରେ ଦୁଇଟି ମାମଲା ରୁଜ୍ଜୁ ହୋଇ ଉଭୟ ପକ୍ଷରୁ ଯଥା କ୍ରମେ ୯ ଓ ୫ ଜଣଙ୍କ ସମେତ ୧୪ ଜଣଙ୍କୁ ପୋଲିସ ଅଟକ ରଖି ପଚରା ଉଚୁରା ଜାରୀ ରଖିଛି ।
Related Stories
November 25, 2024