ବ୍ରହ୍ମପୁର: ଗତ ଶନିବାର ଛତ୍ରପୁର ବ୍ଲକ୍ ଗତ ଶନିବାର ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଘଡଘଡାପଲ୍ଲି ଗ୍ରାମର ୩ ଓ ନରେନ୍ଦ୍ରପୁର ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ଜଣେ ଅଛନ୍ତି । ଏନେଇ ଗୋଟିଏ ଗାଁ ଓ ୨ଟି ସାହିକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ରବିବାର ଘୋଷଣା କରିଛନ୍ତି । ସେଥିମଧ୍ୟରେ ଶ୍ରୀରାମପୁର ପଞ୍ଚାୟତ ଅଧିନ ଘଡଘଡାପଲ୍ଲି ଗାଁ ଓ ନରେନ୍ଦ୍ରପୁର ଗାଁର ଷ୍ଟେଶନ୍ ରୋଡ୍ ଓ ଗୋପୀନାଥ ସାହି ରହିଛି । ଏଥିସହ ଉକ୍ତ ଅଞ୍ଚଳ ନିକଟ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଅଧିନ କାଳୀଆବାଲି, ଯାଜ୍ଞଶାଳ ଓ ଚମାଖଣ୍ଡି ଛକ, ନରେନ୍ଦ୍ରପୁର, ରଘୁନାଥପୁର, ଜଗନ୍ନାଥପୁର ସହ ରଙ୍ଗେଇଲୁଣ୍ଡା ବ୍ଲକ୍ ଅଧିନ ଲୁହାଝର ପଞ୍ଚାୟତର ଟାଟାକଲୋନୀ ଓ ବଡକୁଶସ୍ଥଳୀ ଗାଁକୁ ବଫର ଜୋନ୍ ଭାବେ ଜିଲ୍ଳାପାଳ ଘୋଷଣା କରିଛନ୍ତି । କଣ୍ଟେନମେଣ୍ଟ ଜୋନ୍ରେ ଥିବା ଲୋକ ବାହାରକୁ ଏବଂ ଅନ୍ୟ ଅଞ୍ଚଳର ଲୋକ ଉକ୍ତ ଜୋନ୍ ଅଞ୍ଚଳକୁ ଯିବା ଆସିବା ସମ୍ପୂର୍ଣ୍ଣ ନିଶେଧ କରାଯାଇଛି । ବଫର ଜୋନ୍ରେ ଥିବା ଲୋକ କେବଳ ଜରୁରୀକାଳନୀ ସେବା ପାଇଁ ଯିବା ଆସିବା କରିପାରିବେ ବୋଲି ଜିଲ୍ଲାପାଳ ପତ୍ର ମାଧ୍ୟମରେ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
Related Stories
November 24, 2024