
ବ୍ରହ୍ମପୁର: ରେଡ୍ ଜୋନ୍ରେ ଥିବା ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟର ୧୧ଟି ଜିଲ୍ଲାକୁ ଜୁନ୍ ମାସର ପ୍ରତ୍ୟେକ ଶନିବାର ଓ ରବିବାର ୨ଦିନ ସଡ୍ ଡାଉନ୍ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ଏହି ମର୍ମରେ ମାସର ଦ୍ୱିତୀୟ ଶନିବାରକୁ ଗଞ୍ଜାମ ଜିଲ୍ଲାବାସୀ ସଫଳ କରିଥିବା ବେଳେ ରବିବାର ମଧ୍ୟ ଏହି ସପ୍ତାହାନ୍ତ ସଡ୍ ଡାଉନ୍କୁ ସମର୍ଥନ ଜଣାଇ ସମସ୍ତେ ଘର ଭିତରେ ରହିଥିବା ଦେଖିବାକୁ ମିଳିଛି । ଜିଲ୍ଲାରେ ଔଷଧ ଦୋକାନକୁ ଛାଡିଲେ ସବୁ ଦୋକାନ ବଜାର ବନ୍ଦ ରହିଥିଲା । ବସ୍ଷ୍ଟାଣ୍ଡରୁ ବସ୍ ଚଳାଚଳକୁ ଅନୁମତି ମିଳିଥିଲେ ମଧ୍ୟ ଯାତ୍ରୀ ଆସିନଥିବାରୁ ବସ୍ଷ୍ଟାଣ୍ଡ ମଧ୍ୟ ଖାଁ ଖାଁ ଦେଖିବାକୁ ମିଳିଥିଲା । କିଛି ବୃଦ୍ଧ ଲୋକ ଚାଲି ଚାଲି ଯାଉଥିବା ଦେଖି ରାସ୍ତାକଡରେ ଯାଞ୍ଚ କରୁଥିବା ବ୍ରହ୍ମପୁର ତହସିଲଦାର ସିପକ ପାତ୍ର ସେମାନଙ୍କୁ ସରକାରୀ ଗାଡିରେ ନିଜ ଘରକୁ ପଠାଇବା ବ୍ୟବସ୍ଥା କରିଥିଲେ । ଜିଲ୍ଲାର ୨୨ଟି ବ୍ଲକ୍ ଓ ୧୭ଟି ଏନ୍ଏସି ସହ ବ୍ରହ୍ମପୁର ମହାନଗର ନିଗମରେ ସଡ୍ ଡାଉନ୍ ନିୟମକୁ ମାନି ଜିଲ୍ଲାବାସୀ ପାଳନ କରିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ସାଧୁବାଦ ଦେଇଛନ୍ତି । ଏହି ମାସଟି ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବହନ କରୁଛି । ତେଣୁ ଏହି ମାସରେ ଆମେ ସାବଧାନତା ସହ ସତର୍କତା ରହିଲେ କରୋନା ଲଢ଼େଇରେ ସଫଳ ପାଇବା ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଜିଲ୍ଲାର ୨ପୋଲିସ ଜିଲ୍ଲା ପକ୍ଷରୁ ସହରରେ ପୋଲିସ ମୁତୟନ କରାଯାଇ ପ୍ରବେଶ ପଥଗୁଡିକରେ କଡାକଡି ଯାଞ୍ଚ କରାଯାଇଥିଲା । କିଛି ଅମାନିଆଙ୍କ ଗାଡିକୁ ଜବତ କରିବା ସହ ଜୋରିମାନା ଆଦାୟ କରାଯାଇଥିବା ଜଣାପଡିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO