-
ରବିବାର ୪କରୋନା ଯୋଦ୍ଧା ପଜେଟିଭ, ୧୭ସୁସ୍ଥ, ଜଣେ ମୃତ
ବ୍ରହ୍ମପୁର: ଜିଲ୍ଲାରେ ରବିବାର ୪ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଚିହ୍ନଟ ହୋଇଥିବା ୪ ନୂଆ ରୋଗୀଙ୍କ ତଥ୍ୟ ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ୍ ମଧ୍ୟମରେ ଦେଇଥିବା ସୂଚନା ପ୍ରକାରେ ୩ଜଣ କରୋନା ଯୋଦ୍ଧା ପଜେଟିଭରେ ଆସିଛନ୍ତି । ଚିକିଟି ବ୍ଲକ୍ର ୨ଜଣ ଓ ଶେରଗଡ ବ୍ଲକ୍ର ଜଣେ ଥିବାବେଳେ ଅନ୍ୟଟି ସାନଖେମୁଣ୍ଡି ବ୍ଲକ୍ର ଜଣେ ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ । ତେବେ ବର୍ତ୍ତମାନ ଜିଲ୍ଲାରେ ୬୮୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୩୦ଦିନରେ ୫୯୫ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮୧ ଜଣ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ରବିବାର ଜଣେ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି । ମୃତଜଣକ ହେଉଛନ୍ତି ଜିଲ୍ଲାର ୫୫ବର୍ଷୀୟ ବୃଦ୍ଧ । ତାଙ୍କର ଡାଇବେଟିସ୍, ଉଚ୍ଚ ରକ୍ତଚାପ, କିଡନୀ ରୋଗ ସହ ଅନ୍ୟାନ ରୋଗ ଥିଲା । ତେବେ ବର୍ତ୍ତମାନ ଜିଲ୍ଳାରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ôଚଛି । ତେବେ ଶନିବାର ମଧ୍ୟରାତ୍ର ଠାରୁ ଆରମ୍ଭକରି ରବିବାର ମଧ୍ୟରାତ୍ର ପର୍ଯ୍ୟନ୍ତ ରାଜ୍ୟ ବାହାରୁ ୧୦ଟି ଟ୍ରେନ ସୁରତରୁ ୬, ମୁମ୍ବାଇରୁ ୨, ଚେନ୍ନାଇରୁ ୧, ବାଙ୍ଗାଲୋରରୁ ୧ରୁ ଗୋଟିଏ ଲେଖାଏଁ ଟ୍ରେନ୍ ଆସିଛି । ଏଥିରେ ପ୍ରାୟ ୧୫ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ଗଞ୍ଜାମକୁ ଆସିଛନ୍ତି । ଏମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପରେ ଜିଲ୍ଲାର ବିଭିନ୍ନ ସଙ୍ଗରୋଧ ଗୃହକୁ ୨୧ଦିନିଆ କ୍ୱାରାଣ୍ଟାଇନ୍ରେ ରହିବାକୁ ପଠାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବରିଷ୍ଠ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ ପୋଲିସ ପ୍ରଶାସନର ଏହି ପ୍ରବାସୀ ଓଡ଼ିଆଙ୍କୁ ସ୍ୱାଗତ କରିବା ସହ କରାଯାଇଥିବା ବସ୍ରେ ସଙ୍ଗରୋଧ ଗୃହକୁ ପଠାଯାଇଛି । ପ୍ରବାସୀ ଓଡ଼ିଆ ଆସିବାବେଳେ ଯେପରି ବାହାର ଲୋକ ନ ପଶନ୍ତି ସେଥିନିମନ୍ତେ ଅଞ୍ଚଳକୁ ୧୪୪ ଧାରା ଘୋଷଣା କରାଯାଇଥିଲା । ବର୍ତ୍ତମାନ ଜିଲ୍ଲାକୁ ପ୍ରାୟ ୨ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ଆସିଥିବା ବେଳେ ସେମାନଙ୍କୁ ୪ହଜାରରୁ ଊର୍ଦ୍ଧ୍ୱ ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପ ବା ସଙ୍ଗରୋଧ ଗୃହରେ ରଖାଯାଇଛି ।