
କୋରେଇ – କୋରାଇ ପଂଚାୟତ ସମିତି ସଭାଗୃହରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମଣୀ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନାର ଜନ ଶୁଣାଣୀ ଶିବର ଅନୁଷ୍ଠିତ ହୋଇଯାଇଛି । କୋରାଇ ପଂଚାୟତ ସମିତି ଅଧ୍ୟକ୍ଷା ମଳତୀ ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଡିଓ ଉମାକାନ୍ତ ପରିଡା ମନରେଗା ଜନଶୁଣାଣୀ ଶିବିରର ଉଦ୍ଦେଶ୍ୟ ସର୍ମ୍ପକରେ ଅବଗତ କରିବା ସହ ମୁଖ୍ୟ ଅତିଥି ଉପଜିଲ୍ଲାପାଳ ନାରାୟଣ ଧଳ, ଏବିଡିଓ ଅସିତ ପାତ୍ର, ଏପିଓ ରବି ନାରାୟଣ ସାହୁ, ସାମାଜିକ ସମୀକ୍ଷକ ଆୟୁଷ୍ମାନ ମହାନ୍ତି, ସରପଂଚ, ସମିତି, କନିଷ୍ଠ ଯନ୍ତ୍ରୀ, ଜିଆରଏସ, ଭିଆରପି, ପିଇଓ ଓ ଯୋଗଦେଇଥିବା ସାଧାରଣ ଜନତାଙ୍କ ସମତେ ସମ୍ବାଦିକ ମାନଙ୍କୁ ସ୍ୱାଗତ ଜଣାଇଥିଲେ । ଜନଶୁଣାଣୀ ଶିବର ଯୋଗେ ୨୦୧୮ ଏପ୍ରିଲରୁ ୨୦୧୯ ମାର୍ଚ୍ଛ ଶେେ ପର୍ଯ୍ୟନ୍ତ କରାଯାଇଥବବା କାର୍ଯ୍ୟର ବିସ୍ତୃତ ବିବରଣୀ ପ୍ରଦାନ କରାଯାଥିଲା । ବିଗତ ଦିନରେ କରାଯାଇଥିବା ଭୁଲ ତୃଟିକୁ ସଂଶୋଧନ କରି ଆମାଗୀ କାର୍ଯ୍ୟପନ୍ଥା ସ୍ତିର କରିବା ସହ ଅଯୋଗ୍ୟ ଯବ କାର୍ଡ ଧାରୀଙ୍କୁ ବାଦଦେବା, ସ୍କୁଲ କଲେଜ ଛାତ୍ର/ଛାତ୍ରୀ, ବରିଷ୍ଠ ନାଗରିକ ମାନଙ୍କୁ କାମ ଦେବାରୁ ଦୁରେଇ ରଖାଯାଇ ସ୍ୱଚ୍ଛତା ଭିତିରେ କାମ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । କୋରାଇ ବ୍ଲକରେ ୨୮ଟି ପଂଚାୟତରେ ମୋଟ ୩୮୨୨ଟି ପ୍ରକଳ୍ପ ହାତକୁ ନିଆଯାଇଥିବା ବେଳେ ୮୧୮ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି । ୮୨୭୯ ଜଣ କାମ ପାଇଁ ଆବେଦନ କରିଥିବା ବେଳେ ୭୫୯୪ଜଣଙ୍କୁ କାମ ଯୋଗାଯାଇଛି । ୪୭ଜଣଙ୍କୁ ୧୦୦ ଦିନର କାମ ଯୋଗାଯାଇଥିବା ବେଳେ ୩ଲକ୍ଷ ୧ହଜାର ୯ଶହ ୫୭ କର୍ମ ଦିବସ ସୃଷ୍ଟି କରାଯାଇ ଏଥିରେ ୭୫୪୪ ପରିବାର କର୍ମ ନିଯୁକ୍ତି ପାଇଛନ୍ତି । ଏଥି ନିମନ୍ତେ ମୋଟ ୮ କୋଟି ୭୫ ଲକ୍ଷ ୯୧ହଜାର ଟଙ୍କା ବ୍ୟୟ ହୋଇଥିବାର ସୂଚନା ଦିଆଯାଇଥିଲା ।