
ଭୁବନେଶ୍ୱର – ରଜ ପର୍ବ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । କୃଷିଭିତିକ ଗଣ ପର୍ବ ରଜ ଅବସରରେ ରାଜ୍ୟପାଳ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଏହି ପର୍ବର ଚିରନ୍ତନ ଭାବବୋଧ ସମସ୍ତଙ୍କର ଧେୟ ହେଉ ବୋଲି କାମନା କରିଛନ୍ତି ।ସାମ୍ପ୍ରତିକ କରୋନାକାଳୀନ ପରିସ୍ଥିତିରେ ରଜ ପର୍ବ ଯେଉଁ ଚେତନାର ପ୍ରତୀକ,ତାହା ଏବେ ଆହୁରି ପ୍ରାସଙ୍ଗିକ ଥିବା ଉଲ୍ଲେଖ କରିଛନ୍ତି ।