କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟ ଓ କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସରକାରୀ ମହାବିଦ୍ୟାଳୟରେ ହୋଇଥିବା ଜୋନରେ ଗତ ୬ ତାରିଖରୁ ଇ-ମୂଲ୍ୟାୟନ ଆରମ୍ଭ ହୋଇଥିବା ବେଳେ ରାୟଗଡ଼ା ମହାବିଦ୍ୟାଳୟ ଓ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରେ ହୋଇଥିବା ନୀଳକଣ୍ଠନଗର ସରସ୍ବତୀ ବିଦ୍ୟା ମନ୍ଦିର ଓ ଗିରିରୋଡ଼ ଗୀତାଭବନ ପାର୍ଶ୍ୱ ସି.ଏସ.ପି. ଜୋନରେ ୧୧ ତାରିଖରୁ ବିଧିବଦ୍ଧ ଇ-ମୂଲ୍ୟାୟନ ଆରମ୍ଭ ହୋଇଛି l ଗଞ୍ଜାମ ଜିଲ୍ଲାର ଏହି ଦୁଇଟି ଇ-ମୂଲ୍ୟାୟନ ଜୋନରେ ବିଜ୍ଞାନ ସ୍ରୋତର ଇଂରାଜୀ, ଆଧୁନିକ ଭାରତୀୟ ଭାଷା-ଓଡ଼ିଆ, ପଦାର୍ଥ ବିଜ୍ଞାନ ଓ ଗଣିତ ବିଷୟରେ ୧୧୮ ଜଣ ପରୀକ୍ଷକ ନିଯୁକ୍ତି ପାଇଥିବା ଉପସଚିବ ଡ. ଓଝାଙ୍କ ସୂଚନାରୁ ଜଣାପଡ଼ିଛି l
ଗଞ୍ଜାମ ବ୍ୟତୀତ ଦକ୍ଷିଣାଞ୍ଚଳର ଅନ୍ୟ ସାତଟି ଜିଲ୍ଲାର ୬ଟି ଜୋନରେ ଶନିବାର ଠାରୁ ମାନୁଆଲ ମୂଲ୍ୟାୟନ ଆରମ୍ଭ ହୋଇଛି l କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟ ଜୋନରେ ରାଜନୀତି ବିଜ୍ଞାନରେ ତିନିଟି ଟେବୁଲ ଓ ଇତିହାସରେ ଦୁଇଟି ଟେବୁଲରେ ୫0 ଜଣ ପରୀକ୍ଷକଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ନବରଙ୍ଗପୁର ମହାବିଦ୍ୟାଳୟ ଜୋନରେ ରାଜନୀତି ବିଜ୍ଞାନ ଦୁଇଟି ଓ ଇତିହାସରେ ଗୋଟିଏ ଟେବୁଲରେ ୨୬ ଜଣ ପରୀକ୍ଷକ, ରାୟଗଡ଼ା ମହାବିଦ୍ୟାଳୟ ଜୋନରେ ରାଜନୀତି ବିଜ୍ଞାନରେ ଦୁଇ ଓ ଇତିହାସରେ ଗୋଟିଏ ଟେବୁଲରେ ୨୨ ଜଣ ପରୀକ୍ଷକ, କନ୍ଧମାଳ ଜିଲ୍ଲା ଫୁଲବାଣୀ ସରକାରୀ ମହାବିଦ୍ୟାଳୟ ଜୋନରେ ରାଜନୀତି ବିଜ୍ଞାନ ଦୁଇଟି ଓ ଇତିହାସର ଦୁଇଟି ଟେବୁଲରେ ୩୩ ଜଣ ପରୀକ୍ଷକ, ବୌଦ୍ଧ ଜିଲ୍ଲାର ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଜୋନରେ ରାଜନୀତି ବିଜ୍ଞାନ ଦୁଇଟି ଓ ଇତିହାସର ଗୋଟିଏ ଟେବୁଲରେ ୨୨ ଜଣ ପରୀକ୍ଷକ ନିୟୋଜିତ ହୋଇଛନ୍ତି l ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟ ଜୋନରେ ରବିବାର ଠାରୁ ରାଜନୀତି ବିଜ୍ଞାନ ଓ ଇତିହାସର ଗୋଟିଏ ଗୋଟିଏ ଟେବୁଲରେ ୨0 ଜଣ ପରୀକ୍ଷକ ମୂଲ୍ୟାୟନ କାର୍ଯ୍ୟରେ ନିୟୋଜିତ ହେବେ ବୋଲି ଜଣାପଡ଼ିଛି l
ଆସନ୍ତା ୧୫ ତାରିଖ (ସୋମବାର) ଠାରୁ ଗଞ୍ଜାମ ଜିଲ୍ଲାର ପାଞ୍ଚଟି ପାରମ୍ପରିକ ମାନୁଆଲ ମୂଲ୍ୟାୟନ ଜୋନରେ +୨ କଳା ସ୍ରୋତର ରାଜନୀତି ବିଜ୍ଞାନ ଓ ଇତିହାସ ଖାତାଦେଖା ଆରମ୍ଭ ହେବ l ଜିଲ୍ଲାର ଅଧିକାଂଶ +୨ ପରୀକ୍ଷା କେନ୍ଦ୍ର ଓ ମୂଲ୍ୟାୟନ କେନ୍ଦ୍ର କରୋନା (କୋଭିଡ଼-୧୯) ମହାମାରୀ ନିୟନ୍ତ୍ରଣ ପରିପ୍ରେକ୍ଷୀରେ କ୍ଵାରେଣ୍ଟାଇନ ହୋମ ହୋଇଥିବା କାରଣରୁ ଏଠାରେ ମୂଲ୍ୟାୟନ କାର୍ଯ୍ୟ ବିଳମ୍ବିତ ହୋଇଛି l ତଥାପି କୋଭିଡ଼-୧୯କୁ ପ୍ରତିହତ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜାରି କରିଥିବା ସମସ୍ତ ନିର୍ଦ୍ଦେଶାବଳୀ ଅନୁପାଳନ ପୂର୍ବକ ସୋମବାର ଠାରୁ ଏହି ଜିଲ୍ଲାରେ ମାନୁଆଲ ମୂଲ୍ୟାୟନ ଆରମ୍ଭ ହେବ l
ଛତ୍ରପୁର ସ୍ଥିତ ସରକାରୀ ମହାବିଦ୍ୟାଳୟ ଜୋନରେ ରାଜନୀତି ବିଜ୍ଞାନର ଦୁଇଟି ଓ ଇତିହାସର ଗୋଟିଏ ଟେବୁଲ ପାଇଁ ୨୨ ପରୀକ୍ଷକ, ବ୍ରହ୍ମପୁର ସିଟି ମହାବିଦ୍ୟାଳୟ ଜୋନରେ ରାଜନୀତି ବିଜ୍ଞାନର ତିନିଟି ଓ ଇତିହାସର ଗୋଟିଏ ଟେବୁଲ ପାଇଁ ୨୫ ପରୀକ୍ଷକ, ବ୍ରହ୍ମପୁର ସ୍ଥିତ ଶଶିଭୂଷଣ ରଥ ସରକାରୀ ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟ ଜୋନରେ ରାଜନୀତି ବିଜ୍ଞାନର ତିନିଟି ଓ ଇତିହାସର ତିନିଟି ଟେବୁଲ ପାଇଁ ଅଠଚାଳିଶ (48) ପରୀକ୍ଷକ, ହିଞ୍ଜିଳିକାଟୁ ସ୍ଥିତ ବିଜ୍ଞାନ ସ୍ବୟଂଶାସିତ ମହାବିଦ୍ୟାଳୟ ଜୋନରେ ରାଜନୀତି ବିଜ୍ଞାନର ଦୁଇଟି ଓ ଇତିହାସର ଗୋଟିଏ ଟେବୁଲ ପାଇଁ ୨୧ ପରୀକ୍ଷକ ଓ ଭଞ୍ଜନଗର ସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜୋନ ପାଇଁ ରାଜନୀତି ବିଜ୍ଞାନର ଦୁଇଟି ଓ ଇତିହାସର ଗୋଟିଏ ଟେବୁଲ ପାଇଁ ୨୮ ଜଣ ପରୀକ୍ଷକଙ୍କୁ ନିୟୋଜିତ କରାଯାଇଛି l ଗଞ୍ଜାମ ଜିଲ୍ଲାରେ ବିଜ୍ଞାନ ସ୍ରୋତର ଇଂରାଜୀ, ଏମ.ଆଇ.ଏଲ.-ଓଡ଼ିଆ, ପଦାର୍ଥ ବିଜ୍ଞାନ ଓ ଗଣିତ ପତ୍ରର ଇ-ମୂଲ୍ୟାୟନରେ ୧୧୮ ଜଣ ପରୀକ୍ଷକ ନିୟୋଜିତ ହୋଇଥିବା ବେଳେ କଳା ସ୍ରୋତର ରାଜନୀତି ବିଜ୍ଞାନ ଓ ଇତିହାସ ବିଷୟ ମୂଲ୍ୟାୟନ ନିମନ୍ତେ ମୋଟ ଶହେ ଚଉରାଳିଶ (144) ଜଣ ପରୀକ୍ଷକଙ୍କୁ ନିଯୁକ୍ତ କରାଯାଇଥିବା ଉପସଚିବ ଡ. ଓଝାଙ୍କ ସୂତ୍ରରୁ ଜଣାପଡ଼ିଛି l
Related Stories
November 25, 2024