
ଗାଙ୍ଗପୁର/ବେଲଗୁଣ୍ଠI, ଉତ୍ତମ ପରିଚାଳନା ପାଇଁ ଜିଲ୍ଲାପାଳଙ୍କ ହୃଦୟ ଜିତିପାରିଥିବା ବେଲଗୁଣ୍ଠI ବ୍ଲକ୍ ଅନ୍ତର୍ଗତ ଗାଙ୍ଗପୁର ପଞ୍ଚାୟତର ଦୁଇ ସଙ୍ଗରୋଧ କେନ୍ଦ୍ରରୁ ଆଜି ତେପନ ଜଣ ପ୍ରବାସୀ ଓଡ଼ିଆ 14 ଦିନିଆ ସଙ୍ଗରୋଧ ଅବଧି ସାରି ବିଦାୟ ନେଇଛନ୍ତି I ବିଦାୟ ସମୟରେ ସେମାନେ ଭାବ ବିହ୍ଵଳ ହୋଇ ଗୋଟିଏ ପରିବାର ଛାଡି ଅନ୍ୟ ପରିବାରକୁ ଯାଉଛୁ ବୋଲି ବାଷ୍ପରୁଦ୍ଧ କଣ୍ଠରେ ପ୍ରକାଶ କରିଛନ୍ତି I ସୂଚନା ପ୍ରକାରେ ଗତ ମଇ 29 ତାରିଖରେ ସୁରାଟରୁ 43 ଜଣ ପ୍ରବାସୀ ଫେରି ଗାଙ୍ଗପୁର ପଞ୍ଚାୟତର କୁମୁଣ୍ଡି ପ୍ରାଥମିକ ବିଦ୍ୟାଳୟରେ ସଙ୍ଗରୋଧରେ ଥିଲେ I ଆଜି ସେମାନଙ୍କ 14 ଦିନିଆ ସରକାରୀ ସଙ୍ଗରୋଧ ଅବଧି ପୂର୍ଣ୍ଣ ହେଉଥିବା ବେଳେ ସେମାନେ 14 ଦିନରେ ପାଇଥିବା ଆତିଥ୍ୟ ପାଇଁ ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ, କେନ୍ଦ୍ର ଅଧୀକ୍ଷକ ଶିଶିର କୁମାର ସ୍ଵାଇଁ ଏବଂ ସ୍ଵେଚ୍ଛାସେବୀ କୃଷ୍ଣ ଗୌଡଙ୍କୁ ପୁଷ୍ପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ I ସେହିପରି ବିଞ୍ଝଗିରି ବିଦ୍ୟାଳୟରେ ଥିବା 10 ଜଣ ପ୍ରବାସୀ ମଧ୍ୟ ଆଜି ସରକାରୀ ସଙ୍ଗରୋଧ କେନ୍ଦ୍ରରୁ ବିଦାୟ ନେଇଛନ୍ତି I ସରପଞ୍ଚ ସମସ୍ତ ପ୍ରବାସୀଙ୍କୁ ମିଠା ଖୁଆଇ ବିଦାୟ ଦେଇଥିଲେ I ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଅଧୀକ୍ଷକ ଶିବ ରାମ ବେହେରା, ଶିକ୍ଷକ କାର୍ତ୍ତିକ ସେଠି, ସୁକାନ୍ତ ବେହେରା, ଗାଙ୍ଗପୁର ସ୍ଵାସ୍ଥ୍ୟ ଅଧିକାରୀ ପାଣ୍ଡବ ସ୍ଵାଇଁ, ସ୍ଵାସ୍ଥ୍ୟ କର୍ମୀ ମମତା ବେହେରା, ଆଶା କର୍ମୀ ଏବଂ ଅଙ୍ଗନଓ୍ଵାଡ଼ି କର୍ମୀ ଉପସ୍ଥିତ ଥିଲେ I
ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO