କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ, ପୁରୀ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରତିକାର କ୍ରିୟାନୁଷ୍ଠାନ କମିଟି ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୋବିନ୍ଦ ମହାପାତ୍ରଙ୍କ ନେତୃତ୍ୱରେ ମହାବିକ୍ଷୋଭ କରାଯାଇଛି | ସୂଚନା ଯୋଗ୍ୟ ଗତ ୮ ବର୍ଷ ତଳେ ଫାଇଲିନ୍ ଓ ୧ ବର୍ଷ ତଳର ଫୋନି ମହାବାତ୍ୟାରେ ପ୍ରପୀଡିତ, କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ନ୍ୟାୟ ଦେବା ପାଇଁ ଏକ ୯ ଦଫା ସମ୍ବଳିତ ଦାବୀପତ୍ର ଉପରେ ଗତ ମାର୍ଚ୍ଚ ୧୬ ତାରିଖରେ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଏକ ଗଣବିକ୍ଷୋଭର ଡାକରା ଦିଆଯାଇଥିଲା । ମାତ୍ର ‘କୋଭିଡ ୧୯’ ମହାମାରୀ ସମସ୍ୟା ଯୋଗୁଁ ମାର୍ଚ୍ଚ ୧୪ ତାରିଖରେ ଏହି କାର୍ଯ୍ୟକ୍ରମକୁ ପୁରୀ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରତିକାର କ୍ରିୟାନୁଷ୍ଠାନ କମିଟି ତରଫରୁ ସ୍ଥଗିତ ରଖିଥିଲେ । ଏହା ମଧ୍ୟରେ ଅଢେଇ ମାସ ବିତି ଯାଇଥିଲେ ମଧ୍ୟ ଅତିରିକ୍ତ ଜିଲ୍ଲାପାଳ ଏକ ଆଲୋଚନା ପାଇଁ ଦେଇଥିବା ‘ ପ୍ରତିଶ୍ରୁତି ରକ୍ଷାକରିପାରିଲେ ନାହିଁ।
ସେହିପରି ଫୋନିରେ ଯୋଗ୍ୟ ହିତାଧୁକାରୀ ଆଜି ପଲିଥିନ୍ ତଳେ ରହି ମଧ୍ୟ ସାହାଯ୍ୟ ତାଲିକାରୁ ବାଦ୍ ପଡିଛନ୍ତି ।
ଏଥିରେ ଦାୟୀ କର୍ମଚାରୀଙ୍କ ବିରୁଦ୍ଧରେ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଇ ନ ଥିବାରୁ ପୁରୀ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରତିକାର କ୍ରିୟାନୁଷ୍ଠାନ କମିଟି ତରଫରୁ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ
ମହାବିକ୍ଷୋବ କରାଯାଇଛି |