
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ– କରୋନା ମହାମାରୀ ଲକଡାଉନ ସମୟରେ ପୁରୀରେ ଅଟକି ରହିଥିବାମଧ୍ୟପ୍ରଦେଶର ଆଠ ଜଣଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇ ସେମାନଙ୍କ ରାଜ୍ୟକୁ ପଠାଯାଇଛି । ସେମାନେ ସମସ୍ତେ ଲୋକନାଥ ରୋଡସ୍ଥିତ ଏକ ବେଦ ବିଦ୍ୟାଳୟର ଅଧ୍ୟାପକ ଓ ଛାତ୍ର । ଲକଡାଉନ ଯୋଗୁଁ ପାଠପଢା ବନ୍ଦ ଥିବାରୁ ନିଜ ରାଜ୍ୟକୁ ଯିବାକୁ ସେମାନଙ୍କ ପାଖରେ ଆର୍ଥିକ ସମ୍ବଳ ନଥିବାରୁ ସେମାନେ ଜିଲ୍ଲାପାଳ ଶ୍ରୀ ବଲନ୍ତ ସିଂଙ୍କ ସହ ଯୋଗାଯୋଗ କରିବା ପରେ ଜିଲ୍ଲା ପ୍ରଶାସନ
ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ମଧ୍ୟପ୍ରଦେଶର ଶାଡୋଲ ଜିଲ୍ଲାକୁ ଯିବା ନିମନ୍ତେ ଗାଡ଼ି ବ୍ୟବସ୍ଥା କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ସେମାନଙ୍କୁ ଅନୁମତି ପତ୍ର ଓ ଶୁଖୁଲା ଖାଦ୍ୟ, ଫଳମୂଳ ପ୍ରଦାନ କରିବା ସହ ବିଦାୟୀ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ଜିଲ୍ଲା ଶ୍ରମ ଅଧୁକାରୀ ଶ୍ରୀ ଦିଲ୍ଲୀପ କୁମାର ପାଣି ପ୍ରମୁଖ ଉପସ୍ଥିତ ଥିଲେ ।