
ଦିଗପହଣ୍ଡି: ଦିଗପହଣ୍ଡି ଥାନାରେ ଗୁରୁବାର ସନ୍ଧ୍ୟାରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମହାମାରୀ କରୋନା ର ପ୍ରଭାବ ଯୋଗୁଁ ଗତ କିଛିଦିନ ହେଲା ବ୍ରହ୍ମପୁର ସ୍ଥିତ ରକ୍ତଭଣ୍ଡାର ରେ ରକ୍ତ ଅଭାବ ଲାଗିରହିଛି। ରକ୍ତ ଅଭାବ କାରଣରୁ ଥାଲାସେମିଆ ରୋଗୀ ହଇରାଣ ହେଉଥିବା ଜଣାପଡିଛି।ବ୍ରହ୍ମପୁର ଏସ ପି ପିନାକ ମିଶ୍ର ଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ଥାନାରେ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଆଇ ଆଇ ସି ବସନ୍ତ କୁମାର ସେଠୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ଚିକିଟି ଏସ ଡି ପି ଓ ସୁରେନ୍ଦ୍ର ନାଥ ମୁର୍ମୁ ଉଦଘାଟନ କରିିବା ସହ ନିଜେ ରକ୍ତଦାନ କରି ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ।ବହୁସଂଖ୍ୟକ ପୋଲିସ କର୍ମଚାରୀ ଙ୍କ ସମେତ ଆଖପାଖ ଅଞ୍ଚଳ ର ଯୁବକମାନେ ଶିବିରରେ ଉପସ୍ଥିତ ରହି ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।ବ୍ରହ୍ମପୁର ରକ୍ତଭଣ୍ଡାର ର ଭ୍ରାମ୍ୟମାଣ ଭ୍ୟାନ୍ ରେ ଉପସ୍ଥିତ କର୍ମଚାରୀ ମାନଙ୍କ ସହାୟତା ରେ ସମୁଦାୟ ୩୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି।ଥାନା ଏସ ଆଇ ମାଧବ ଚନ୍ଦ୍ର ଟାକରି,ମଧୁସ୍ମିତା ପ୍ରଧାନ, ହାବିଲଦାର ଗୋପାଳ ଚନ୍ଦ୍ର ପଣ୍ଡା ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO