ବ୍ରହ୍ମପୁର:ଦୀର୍ଘ ୩ମାସରୁ ଉର୍ଦ୍ଧ୍ୱ ସମୟଧରି ଆମେ ସମସ୍ତେ ମିଶି ଜିଲ୍ଲାରେ କରୋନା ମୁକାବିଲା କରି ଆସୁଛୁ । ଏହି ମହାମାରୀକୁ ସାମ୍ନା କରିବା ସହ ନିଜେ ସତେଚନତା ରହି ଅନ୍ୟକୁ ସଚେତନତା କରିବା ଓ ସାମାଜିକ ଦୂରତ୍ୱ ରକ୍ଷା କରି ରହିବାକୁ ବା ଏହାକୁ ପାଳନ କରିବାକୁ ହେବ । ଦୟାକରି ଗ୍ରାମାଞ୍ଚଳ ଏରିଆରେ ଗ୍ରାମ ପୋଖରୀରେ ଗାଧୋଇବା ପାଇଁ ଯାଆନ୍ତୁ ନାହିଁ କି ଗାଁ ଛକରେ କିମ୍ବା ଗଛମୂଳେ ତାସ ଖେଳନ୍ତୁ ନାହିଁ । ସାଧାରଣ ଯାତାୟତ ସ୍ଥାନରେ ଛେପ ନପକାଇବା କି ମନ୍ଦିରରେ ଭିଡ଼ ନରଖିବାକୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଗୁରୁବାର ଜିଲ୍ଲାବାସୀଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି । ସବୁବେଳେ ୨ମିଟର ଦୂରତା ରକ୍ଷା କରି ଅନ୍ୟଙ୍କ ସହ ମିଶନ୍ତୁ । ଘରୁ ବାହାରକୁ ବାହାରିବା ବେଳେ ମାସ୍କ ପିନ୍ଧି ବାହାରନ୍ତୁ । ସବୁୂବେଳେ ସାବୁନରେ ହାତ ଧୋଇବା ସହ ନିଜ ସ୍ୱାସ୍ଥ୍ୟର ନିଜେ ଯତ୍ନ ନିଅନ୍ତୁ ଓ ଅନ୍ୟକୁ ଯତ୍ନ ନେବା ପାଇଁ ପରାମର୍ଶ ଦିଅନ୍ତୁ । ତାହା ହେଲେ ନିଜେ ଓ ନିଜ ପରିବାରକୁ କରୋନା ଭୂତାଠୁ ଦୂରେଇ ରଖିହେବ । ବୟସ୍କ ଲୋକ, ମଧୁମେହ ଓ ଉଚ୍ଚରକ୍ତଚାପ ରୋଗୀ, ୧୦ବର୍ଷରୁ କମ୍ ଶିଶୁକୁ ଘର ଭିତରେ ରଖନ୍ତୁ । ଆମେ ସମସ୍ତେ ମିଶି ଆମ ସ୍ୱାସ୍ଥ୍ୟ ପାଇଁ ସଚେତନତା ରହି ନିଜ ସ୍ୱାସ୍ଥ୍ୟକୁ ନିଜେ କରୋନା ଭୂତାଠୁ ଦୂରେଇ ରଖିବା । ଘରେ ରହିବା ସୁରକ୍ଷିତ ରହିବା ଏଭଳି ସଚେତନତା ବାର୍ତ୍ତା ଦେଇ ଜିଲ୍ଲାପାଳ ।