
ବ୍ରହ୍ମପୁର: ରାଜ୍ୟ ସରକାର କରୋନା ଜନୀତ ପିପିଇ କିଟସ୍ ଓ ମାସ୍କ କିଣାରେ ବ୍ୟାପକ ହରିଲୁଟ୍ କରିଛନ୍ତି । ଏପରିକି ଟେଷ୍ଟିଂ କିଟ୍ କିଣିବାରେ ମଧ୍ୟ ଅନେକ ଅନିୟମିତତା ହେବାର ଜଣାପଡିଛି । ରାଜ୍ୟ ସରକାର ଯେଉଁ ପିପିଇ କିଟ୍ଗୁଡିକ କିଣିଛନ୍ତି ତାହା ଅତି ନିମ୍ନମାନର ଅଟେ । ରାଜ୍ୟ ସରକାର ଯେଉଁ ମାସ୍କ ଗୁଡିକ ୧୬ଟଙ୍କାରେ କିଣିଛନ୍ତି ତାହା ଖୋଲା ବଜାରରେ ମାତ୍ର ୬ଟଙ୍କାରେ ମିଳୁଛି । ସମ୍ପୃକ୍ତ କମ୍ପାନୀ ଅନ୍ୟ ରାଜ୍ୟକୁ ବହୁତ କମ୍ ଦରରେ ବିକ୍ରି କରିଛି । ରାଜ୍ୟ ସରକାରଙ୍କର କରୋନା ଜନିତ ଦୁଃଖ ସମୟରେ ମଧ୍ୟ ସାଧାରଣ ଲୋକଙ୍କ ଟଙ୍କାକୁ ଲୁଟ୍ କରିବାର ଅଭିଳାଷକୁ ବନ୍ଦ କରି ନାହାଁନ୍ତି ତେଣୁ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ବା ସିବିଆଇ ତଦନ୍ତକଲେ ଦୋଷୀମାନେ ଦଣ୍ଡ ପାଇପାରିବେ ବୋଲି ଉଲ୍ଲେଖ ଥିବା ଏକ ଦାବିପତ୍ର ଆର୍ଡିସିଙ୍କୁ ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ବରିଷ୍ଠ କଂଗ୍ରେସ ନେତା ଡା.ତ୍ରିନାଥ ବେହେରା, ପିତବାସ ପଣ୍ଡାଙ୍କ ସମେତ ସୁବାଶ ରାଉତ, ପଦ୍ମଚରଣ ସାହୁ, ଶିବରାମ ପାତ୍ର, ଦେବୀ ବିଷୋୟୀ, ସାଇପ୍ରସାଦ ପାତ୍ର, ରବି ଅଧିକାରୀ, ନାରାୟଣ ନାୟକଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO