ବ୍ରହ୍ମପୁର: ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ରବିନାରାୟଣ ବେହେରା ଗୁରୁବାର ଦାୟୀତ୍ୱ ଗ୍ରହଣ କରିଛନ୍ତି । ସେ ୧୯୯୬ମସିହାରେ ଓଡ଼ିଶା ସୂଚନା ସେବାରେ ଯୋଗଦେଇ ପ୍ରଥମେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟପୁର ଠାରେ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ କୋରାପୁଟ, ଗଞ୍ଜାମ ଜିଲ୍ଲାରେ ଭାରପ୍ରାପ୍ତ ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ସୁଚାରୁ ରୂପେ ଦାୟୀତ୍ୱ ତୁଲାଇଥିଲେ । ଏଥିପୂର୍ବରୁ ଜୟଦେବ ଭବନ ମ୍ୟାନେଜର ଏବଂ ପରେ ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ପ୍ରଦର୍ଶନୀ ସଙ୍ଗଠକ ଭାବେ ଦାୟୀତ୍ୱ ସମ୍ପାଦନ କରିଥିଲେ । ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ଲୋକ ସମ୍ପର୍କ ଅଧିକାରୀ ଭାବେ ମଧ୍ୟ କାର୍ଯ୍ୟ ସମ୍ପାଦନ କରିଥିଲେ । ଗୁରୁବାର ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି । କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତରହି ଶ୍ରୀ ବେହେରାଙ୍କୁ ସ୍ୱାଗତ ଜଣାଇଥିଲେ ।