
ଭଦ୍ରକ – ଶୌଚ ହେବାକୁ ଯାଇଥିବା ଜଣେ ବୃଦ୍ଧ ଆଜି ସକାଳେ ପୋଖରୀରେ ବୁଡି ନିଖୋଜ ହେବା ପରେ ଅଗ୍ନିଶମ ବିଭାଗ ତାଙ୍କ ଶବକୁ ଖୋଜି ନାକେଦମ୍ ହେବା ଘଟଣା ଚଚ୍ର୍ଚାର ବିଷୟ ହୋଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଗ୍ରାମାଳ ଥାନା ଅଧୀନସ୍ଥ ରମ୍ଭିଳା ପଂଚାୟତ ଉଆସ ଗ୍ରାମର ୭୫ ବର୍ଷିୟ ବୃଦ୍ଧ ମହେଶ୍ବର ସେନାପତି ଆଜି ସକାଳେ ଶୌଚ ହେବାକୁ ଯାଇ ଘରକୁ ଫେରିନଥିଲେ। ପରିବାର ଲୋକେ ତାଙ୍କୁ ବହୁଆଡେ ଖୋଜାଖୋଜି କରି ନପାଇବାରୁ ପାଖ ପୋଖରୀରେ ବୁଡିଯାଇଥିବାର ସନ୍ଦେହ କରିଥିଲେ। ଏବଂ ଦମକଳ ବାହିନୀକୁ ଖବର ଦିଆଯାଇଥିଲା। ମାତ୍ର ଉକ୍ତ ବାହିନୀ ଘଟଣାସ୍ଥଳରେ ପହô ପୋଖରୀରେ ବହୁ ଖୋଜାଖୋଜି କରିଥିଲେ ମଧ୍ଯ ଏ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ବୃଦ୍ଧଙ୍କର କୌଣସି ସନ୍ଧାନ ପାଇନଥିଲେ।