
ବ୍ରହ୍ମପୁର: କରୋନା ମହାମାରୀ ଭୁତାଣୁ ସଂକ୍ରମଣକୁ ଭୟକରି ରକ୍ତଦାତାଙ୍କ ସଂଖ୍ୟା କମିଯାଇଥିବାରୁ ବ୍ରହ୍ମପୁର ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଦେଇଛି । ଫଳରେ ବହୁ ନିରୀହ ରୋଗୀ ଅନେକ ସମୟରେ ରକ୍ତ ଅଭାବରୁ ମୃତ୍ୟୁମୁଖରେ ପଡୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କ ଠାରୁ ଅନୁମତି ମଙ୍ଗଳବାର ଗୋପାଳପୁର ଥାନାଧିକାରୀ ବିବେକାନନ୍ଦ ମହନ୍ତଙ୍କ ତତ୍ତ୍ୱାବଧାନରେ ଥାନା ପରିସରରେ ଭ୍ରାମ୍ୟମାଣ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହାକୁ ସଦର ଏସ୍ଡିପିଓ ଜୟନ୍ତ ମହାପାତ୍ର ଉଦ୍ଘାଟନ କରିଥିବା ବେଳେ ବିଜେଡି ନେତା ଏ.ଜାନକୀ ରାମ, ଶଶିଭୂଷଣ ମହାନ୍ତି, ମୋହନ ରେଡ୍ଡୀଙ୍କ ସହ ଅଞ୍ଚଳର ବହୁ ସମାଜସେବୀ, ବୃଦ୍ଧିଜୀବୀ, ଯୁବଗୋଷ୍ଠୀ, ସାମ୍ବାଦିକ ଯୋଗଦେଇ ଏହି କାର୍ଯ୍ୟକ୍ରମ ସଫଳ କରିଥିଲେ । ଗୋପାଳପୁର ଥାନର ଅନ୍ୟାନ୍ୟ ଅଧିକାରୀ ପୁରୁଷୋତ୍ତମ ପାଇକ, ଜ୍ଞାନରଞ୍ଜନ ସାହୁ, ହାବିଲଦାର ଅଜିୟ କୁମାର ଶତପଥୀ, ଗୋପାଳ ପଣ୍ଡା, ସାମ୍ବାଦିକ ଶିବରାମ ଚୌଧୁରୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ବ୍ରହ୍ମପୁର ରକ୍ତ ଭଣ୍ଡାରର ବସନ୍ତ ବେହେରା, ଲିଟୁ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO