-
ବିଭିନ୍ନ ଜିଲ୍ଲାରେ କରୋନୋ ସଂକ୍ରମିତଙ୍କ ସଂଖ୍ୟା
ଭୁବନେଶ୍ୱର– ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ଭାବେ ବଢି ଚାଲିଛି । ବର୍ତମାନ ଏହି ସଂଖ୍ୟା ୩୧୪୦ ହୋଇଥିବା ବେଳେ ଗଂଜାମ ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି । ଗଂଜାମ ଜିଲ୍ଲାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୪୯ରେ ପହଂଚିଛି ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଯାଜପୁର ଜିଲ୍ଲାରେ ୩୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଧା ଜିଲ୍ଲାରେ ୨୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଭାବେ ବାଲେଶ୍ୱର ଜିଲ୍ଲୀରେ ୧୯୭, କେନ୍ଦ୍ରାପଡା ଜିଲ୍ଲାରେ ୧୬୯ ଓ କଟକ ଜିଲ୍ଲାରେ ୧୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଭଦ୍ରକ ଜିଲ୍ଲାରେ ୧୫୧, ବଲାଙ୍ଗୀର ଜିଲ୍ଲାରେ ୧୨୩ ଜଣ ତଥା ପୁରୀ ଜିଲ୍ଲାରେ ୧୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରେ ୯୭, ସୁନ୍ଦରଗଡ ଜିଲ୍ଲାରେ ୧୧୮ ଓ ନୟାଗଡ ଜିଲ୍ଲାରେ ୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ନୂଆପଡା ଜିଲ୍ଲାରେ ୭୨ ଜଣ, ମୟୁରଭଂଜ ଜିିଲ୍ଲାରେ ୭୯ ଜଣ ଓ ଗଜପତି ଜିଲ୍ଲାରେ ୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବିଭାଗ ପକ୍ଷରୁ କୁହା ଯାଇଛି ଯେ ବୌଦ୍ଧ ଜିଲ୍ଲାରେ ୩୪, ଢେଙ୍କାନାଳ ଜିଲ୍ଲାରେ ୩୯ ତଥା ଦେବଗଡ ଜିଲ୍ଲାରେ ୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କେନ୍ଦୁଝର ଜିଲ୍ଲାରେ ୪୫, ଅନୁଗୁଳ ଜିଲ୍ଲାରେ ୩୩ ଓ ସୋନପୁର ଜିଲ୍ଲାରେ ୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କନ୍ଧମାଳ ଜିଲ୍ଲାରେ ୩୭, କଳାହାଣ୍ଡି ଜିଲ୍ଲାରେ ୩୨ ତଥା ମାଲକାନଗିରି ଜିଲ୍ଲାରେ ୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସମ୍ବଲପୁର ଜିଲ୍ଲାରେ ୧୭, ବରଗଡ ଜିଲ୍ଲାରେ ୧୬ ଓ କୋରାପୁଟ ଜିଲ୍ଲାରେ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଝାରସୁଗୁଡା ଜିଲ୍ଲାରେ ୮, ରାୟଗଡା ଜିଲ୍ଲାରେ ୩ ଓ ନବରଙ୍ଗପୁର ଜିଲ୍ଲାରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।