ଭୁବନେଶ୍ୱର – ୫୫ତମ ଅଖିଳ ଭାରତୀୟ ଶିଳ୍ପ କୌଶଳ ପ୍ରତିଯୋଗିତାରେ ଓଡ଼ିଶାରୁ ବିକାଶ ଚନ୍ଦ୍ର ନାୟକ ଏବଂ ସଦାଶିବ ସାମନ୍ତରାୟ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ବିକାଶ ସରକାରୀ ଆଇଟିଆି, ତାଳଚେରରୁ ଫିଟର ଟ୍ରେଡ଼ରେ ତାଲିମ ନେଇଥିଲେ । ସେ ଏହି ପ୍ରତିଯୋଗିତାରେ ସର୍ବଶ୍ରେଷ୍ଠ କୁଶଳୀ କାରିଗର ହେବାର ଗୌରବ ଅର୍ଜନ କରିଛନ୍ତି । ସରକାରୀ ଆଇଟିଆଇ, ତାଳଚେରକୁ ଫିଟର ଟ୍ରେଡ଼ରେ ସର୍ବଶ୍ରେଷ୍ଠ ତାଲିମ ଅନୁଷ୍ଠାନ ଭାବେ ମାନ୍ୟତା ଦିଆଯାଇଛି । ବର୍ତମାନ ସେ ଯାଜପୁରସ୍ଥିତ କଳିଙ୍ଗନଗର ଟାଟା ଷ୍ଟିଲ କମ୍ପାନୀରେ ଏପ୍ରେଂଟାଇସିପ କରୁଛନ୍ତି । ସଦାଶିବ ସରକାରୀ ଆଇଟିଆଇ, ବାଲେଶ୍ୱରରୁ ଟର୍ନର ଟ୍ରେଡ଼ରେ ପ୍ରଶିକ୍ଷଣ ନେଇଥିଲେ । ବିଭାଗୀୟ ଶିକ୍ଷକ ମାନଙ୍କର ତାଲିମ ଏବଂ ଶିକ୍ଷାଦାନ ଯୋଗୁଁ ୨୦୧୮ରେ ଆୟୋଜିତ ସର୍ବଭାରତୀୟ ଟ୍ରେଡ଼୍ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ତାଙ୍କର ପ୍ରଗାଢ଼ ଆଗ୍ରହ ଓ ଚେଷ୍ଟା ଦେଖି ଅନୁଷ୍ଠାନର ଅଧ୍ୟକ୍ଷ ଇଂ. କୃଷ୍ଣଚନ୍ଦ୍ର ରାଉତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବିଭାଗୀୟ ଶିକ୍ଷକ ମାନଙ୍କ ଦ୍ୱାରା ବିଶେଷ ତାଲିମର ବ୍ୟବସ୍ଥା କରାଯାଇଥିଲା । ଫଳସ୍ୱରୂପ ରାଜ୍ୟସ୍ତରୀୟ ବିଭାଗୀୟ ପ୍ରତିଯୋଗିତାରେ ଶ୍ରେଷ୍ଠ କୃତିତ୍ୱ ହାସଲ କରିଥିଲେ । ସେ ୫୫ତମ ଅଖିଳ ଭାରତୀୟ ଶିଳ୍ପ କୌଶଳ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସର୍ବଭାରତୀୟ ସ୍ତରରେ ଟର୍ନର ଟ୍ରେଡ଼ରେ ଶ୍ରେଷ୍ଠ କୁଶଳୀ କାରିଗର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସେହିପରି ସରକାରୀ ଆଇଟିଆଇ, ବାଲେଶ୍ୱରର ଟର୍ନର ବିଭାଗକୁ ସର୍ବୋଶ୍ରେଷ୍ଠ ତାଲମ ଅନୁଷ୍ଠାନ ଭାବେ ଘୋଷଣା କରାଯାଇଛି ।
Related Stories
November 24, 2024
November 24, 2024