ବ୍ରହ୍ମପୁର : ଅଙ୍ଗଦାନ ପାଇଁ ସଚେତନତା ସୃଷ୍ଟି କରିବା ସହ ଜିଲ୍ଲା ତଥା ଜିଲ୍ଲା ବାହାରେ ବ୍ରହ୍ମପୁର ଫ୍ରେଣ୍ଡ୍ର୍ସ ହେଲପିଂ କ୍ଲବ୍ ତାର ଉଦ୍ୟମ ଜାରି ରଖିଥିବା ବେଳେ ସୋମବାର କ୍ଲବ୍ର ସଦସ୍ୟ ଦେବଦତ୍ତ ମହାନ୍ତି ପରିବାରବର୍ଗଙ୍କ ସହମତିକ୍ରମେ ବାପା ସୁବାଷ ଚନ୍ଦ୍ର ମହାନ୍ତିଙ୍କ ମୃତ ଶରୀରକୁ ଏମ୍କେସିଜି ମେଡିକାଲ୍ କଲେଜକୁ ଦାନ କରିଛନ୍ତି । ପୁଅ ବାପାଙ୍କ ଶରୀରକୁ ଦାନକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଏମ୍କେସିଜି ମେଡିକାଲ୍ ବିଭାଗ ଆନାଟୋମି ବିଭାଗ ତରଫରୁ ମୃତ ଦେହ ସଂଗ୍ରହକରି ସଂରକ୍ଷିତ ରଖାଯାଇଛି । ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ଏହି ମୃତଦେହ ଆବଶ୍ୟକ ପଡୁଥିବାରୁ ମୃତଦେହ ମିଳୁନଥିବାରୁ ରାଜ୍ୟର ବିଭିନ୍ନ ମେଡିକାଲ୍ କଲେଜରେ ଆନାଟୋମି ବିଭାଗରେ ଶରୀର ଅଭାବ ରହିଛି । ଏହି ଅଭାବ ପୂରଣ ପାଇଁ ସରକାର ଶରୀର ଦାନକୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଫ୍ରେଣ୍ଡ୍ରସ୍ ହେଲପିଂ କ୍ଲବ୍ର ସଦସ୍ୟ ଦେବଦତଙ୍କ ବାପା ତଥା ବେଲଗୁଣ୍ଠା ଗୋପୀନାଥ ସାହି ନିବାସୀ ଶ୍ରୀ ମହାନ୍ତିଙ୍କ ୮୨ବର୍ଷ ବୟସରେ ମୃତ୍ୟୁପରେ ତାଙ୍କ ଶରୀର ଦାନ କରିଥିଲେ । ସୂଚନାଥାଉକି, ସ୍ୱର୍ଗତ ମହାନ୍ତି ଜଣେ ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ । ସେ ଆସିକା, ପିତଳ, ଦିଗପହଣ୍ଡି, ଭଞ୍ଜନଗର, ମୁଜାଗଡ, ବାଲିପଦର, ଜଗନ୍ନାଥପ୍ରସାଦରେ କାମ କରୁଥିଲେ । ଶରୀର ଦାନ ବେଳେ ୩ପୁଅ ଦେବଦତ୍ତ, ଦେବେନ୍ଦ୍ର, ଆଦିତ୍ୟ, ଝିଅ ପ୍ରତୀମା ଓ ପତ୍ନୀ ଯମୁନା ଉପସ୍ଥିତ ଥିଲେ । ଆନୋଟମି ବିଭାଗ ପ୍ରଫେସର ସଦାନନ୍ଦ ରଥ, ଡାକ୍ତର ପ୍ରତୀକ ପଟ୍ଟନାୟକ, କ୍ଲବ୍ର ସଭାପତି କେ.ପି.କେ ସୁବୁଦ୍ଧି, ଇ.ଟି ରାଓ, ଜାମୁଲା ସୁରେଶ ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
May 13, 2024
May 13, 2024