Related Stories
December 2, 2024
ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶା ତଥା ଦକ୍ଷିଣ ଓଡ଼ିଶାର ବରିଷ୍ଠ ଚକ୍ଷୁ ରୋଗ ବିଶେଷଜ୍ଞ ତଥା ବ୍ରହ୍ମପୁର ଏମ୍କେସିଜି ମେଡିକାଲ୍ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡ. କେ.ସି ମହାନ୍ତିଙ୍କ ୭୫ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି । ରବିବାର ସକାଳେ ତାଙ୍କର ଦେହାନ୍ତ ଖବର ପ୍ରଚାରିତ ହେବାପରେ ବ୍ରହ୍ମପୁର ତଥା ଦକ୍ଷିଣାଞ୍ଚଳରେ ଥିବା ବହୁ ଡାକ୍ତର ଓ ତାଙ୍କ ବନ୍ଧୁଙ୍କ ମହଲରେ ଶୋକରଛାୟା ଖେଳିଯାଇଛି । ସେ କଲେଜ ଅଧ୍ୟକ୍ଷ ଥିବାବେଳେ ମେଡିକାଲ୍ କଲେଜ ପରିସରରେ ହନୁମାନ ମନ୍ଦିର ପ୍ରତିଷ୍ଠା ସହ ବହୁ ବିଭାଗରେ ରୋଗୀଙ୍କ ପାଇଁ ନୂଆ ନୂଆ ପଦକ୍ଷେପ ନେଇଥିଲେ । ଏପରିକି ଜଣେ ବରିଷ୍ଠ ଚକ୍ଷୁ ରୋଗ ବିଶେଷଜ୍ଞ ଭାବେ ଦେଶ ତଥା ଦେଶ ବାହାରେ ପରିଚିତ ଥିଲେ । ତାଙ୍କ ନିଜସ୍ୱ ବାସଭବନ ସ୍ଥାନୀୟ ବୈକୁଣ୍ଠନଗର ତୃତୀୟ ଲାଇନ୍ରେ ଥିବାବେଳେ ତାଙ୍କର ଧର୍ମପତ୍ନୀ ଡ. ସୁଧାଂଶୁବାଳା ମହାନ୍ତି ଜଣେ ଉତ୍ତମ ଡାକ୍ତରଭାବେ ପରିଚିତ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀଙ୍କ ସହ ଏକମାତ୍ର ପୁଅ ଓ ଝିଅ, ପରିବାରବର୍ଗ ଉପସ୍ଥିତ ଥିଲେ ।