-
ଟାଉନ୍ ଥାନାରେ ଏତଲା, ତଦନ୍ତ କରିବେ ଏସ୍ଡିପିଓ
Related Stories
November 23, 2024
ବ୍ରହ୍ମପୁର: ପୁଣି ବ୍ରହ୍ମପୁର ତହସିଲଦାର ଜଣେ ଆଇନ୍ଜୀବୀଙ୍କୁ ର୍ଦୁବ୍ୟବହାର କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏପରିକି ସଡ୍ ଡାଉନ୍ ସମୟରେ ବାହାରେ ବୁଲିବା କହି ୫ ଶହ ଟଙ୍କା ଜୋରିମାନା ଦେବାକୁ ଆଇନଜୀବୀଙ୍କୁ କହି ତାଙ୍କ ଉପରକୁ ହାତ ମଧ୍ୟ ଉଠାଇଥିବା ଅଭିଯୋଗ ହୋଇଛି । ବ୍ରହ୍ମପୁର ତହସିଲଦାର ସିପକ ପାତ୍ର ରବିବାର କରୋନା ଜନିତ ସଟ୍ଡାଉନ୍ରେ ଡ୍ୟୁଟି କରୁଥିବା ବେଳେ ଜଣେ ଆଇନଜୀବୀଙ୍କ ସହ ଏଭଳି ବାର୍ତ୍ତାଳପକୁ ଆଇନ୍ଜୀବୀ ମହଲରେ ନିନ୍ଦା କରାଯାଇଛି । ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବେ ଗଞ୍ଜାମ ଓକିଲ ସଂଘର ଜଣେ ଯୁବ ଆଇନଜୀବୀଙ୍କୁ ମଧ୍ୟ ଦୁର୍ବ୍ୟବହାର କରି ଆଇନଜୀବୀଙ୍କ ଅକ୍ରୋଶର ଶିକାର ହୋଇଥିଲେ । ପୁଣି ଆଜି ବିନା କୌଣସି କାରଣରେ ଅନ୍ୟ ଜଣେ ଆଇନଜୀବୀ ଲଳିତ ମଙ୍ଗରାଜଙ୍କୁ ଦୁର୍ବ୍ୟବହାର କରିବା ସହ ଓକିଲ ସମାଜ ଉପରେ ମଧ୍ୟ ଘୃଣ୍ୟ ମନ୍ତବ୍ୟ ଦେଇ ପୁଣି ଆଇନଜୀବୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ଆଜି ୨୦ରୁ ଉର୍ଦ୍ଧ୍ୱ ଆଇନଜୀବୀ ଏକତ୍ରିତ ହୋଇ ଟାଉନ୍ଥାନା ଯାଇ ବ୍ରହ୍ମପୁର ତହସିଲଦାର ସିପକ ପାତ୍ରଙ୍କ ନାମରେ ଏତଲା ଦେଇଛନ୍ତି । ଥାନାଧିକାରୀ ସୁରେଶ ତ୍ରିପାଠୀ ଏତଲାକୁ ଗ୍ରହଣ କରିବା ସହ ଆସନ୍ତାକାଲି ଏସ୍ଡିପିଓ ବିଷ୍ଣୁ ପ୍ରସାଦ ପତି ଏହି ଘଟଣାର ତଦନ୍ତ କରିବେ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଆଇନଜୀବୀ ଲଳିତ ମଙ୍ଗରାଜ ସୋମବାର ଓକିଲ ସଂଘରେ ଲିଖିତ ଭାବେ ଘଟଣା ସମ୍ପର୍କରେ ଜଣାଇବେ ବୋଲି ମଧ୍ୟ କହିଛନ୍ତି । ଘଟଣାରୁ ପ୍ରକାଶ ଯେ, ଆଇନଜୀବୀ ଲଳିତ ମଙ୍ଗରାଜଙ୍କ ଘର କାମ କିଛି ଦିନ ଧରି ଚାଲିଛି । ଆଜି ସଟ୍ଡାଉନ୍ ଯୋଗୁଁ କାମ ଚାଲିନଥିବା ବେଳେ ପୂର୍ବରୁ ଉକ୍ତ କାମରେ ନିୟୋଜିତ ଥିବା ଶ୍ରମିକମାନେ ହୋଟେଲ ଆଦି ବନ୍ଦ ଥିବା ଯୋଗୁଁ କାମ ନିକଟରେ ରହି ଖାଦ୍ୟ ପାଇଁ ଲଳିତ ମଙ୍ଗରାଜଙ୍କୁ ଫୋନ୍ କରିଥିଲେ । ଏହି ସମୟରେ ଆଇନଜୀବୀ ଲଳିତ କିଛି ଖାଦ୍ୟ ପୁଡିଆ ଧରି ଏକ ସ୍କୁଟିରେ ଯାଉଥିବା ବେଳେ ଗାନ୍ଧୀନଗର ସାଇ କମ୍ପେ୍ଲକ୍ସ୍ସ ନିକଟରେ ଏଭଳି ଘଟଣା ଘଟିଥିଲା । ଆଇନ୍ଜୀବୀଜଣକ କୋଭିଡ୍ ୧୯ ପାସ୍ ମଧ୍ୟ ଦେଖାଇଥିଲେ । ଏହା ବ୍ୟତୀତ ନିଜକୁ ଜଣେ ଆଇନଜୀବୀ ବୋଲି ମଧ୍ୟ ପରିଚୟ ଦେଇଥିଲେ । ୫ଶହ ଟଙ୍କା ଜରିମାନା ଦେବା ପାଇଁ ବାଧ୍ୟ କରିଥିଲେ । ଆଇନଜୀବୀ ଜଣକ ୫ଶହ ଟଙ୍କା ଜରିମାନା ଦେବା ବେଳେ ନିଜ ମୋବାଇଲ୍ରେ ଭିଡିଓ ରେକଡିଂ କରିଥିଲେ । ଏଥିରେ ପୁଣି ତହସିଲଦାର ଉତ୍କ୍ଷିପ୍ତ ହୋଇ ନିକଟରେ ରଖିଥିବା ଜଣେ ଅବକାରୀ ବିଭାଗର କନଷ୍ଟେବଳ ହାତରେ ମୋବାଇଲ୍ ଛଡାଇବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ସେଠାରେ ଅନ୍ୟ ଦୁଇ ଜଣ ଯୁବ ଆଇନଜୀବୀ ମଧ୍ୟ ଉପସ୍ଥିତ ରହିଥିଲେ । ପରେ ଟାଉନ୍ଥାନାକୁ ଯାଇ ଏତଲା ଦେଇଥିବା ଜଣାପଡିଛି ।