
ଭୁବନେଶ୍ୱର– ରାଜ୍ୟରେ କରୋନା ଆକ୍ରାନ୍ତ ହୋଇଥିବା ଆଉ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ଗଞ୍ଜାମ ଜିଲ୍ଲାର ଜଣେ ୫୫ ବର୍ଷୀୟ ବ୍ୟକ୍ତି ବୋଲି ସୂଚନା ମିଳିଛି । ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତରେ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍ସାଇଟ୍ରେ ଦିଆ ଯାଇଥିବା ସୂଚନା ଅନୁସାରେ ଏହା ଦ୍ୱାରା ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ସେହିପରି ଆଉ ୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି ।