କଟକ. କରୋନା ମହାମାରୀ ସମୟରେ ଉମେଶ ଖଣ୍ଡେଲୱାଲ foundation ତରଫରୁ ନିରନ୍ତର ସେବା କାର୍ଯ୍ୟ ଜାରି ରହିଛି । ଆଜି ପର୍ଯ୍ୟନ୍ତ ଏକ ଲକ୍ଷ ଲୋକଙ୍କୁ ଭୂବନେଶ୍ବର ଏବଂ କଟକର ବିଭିନ୍ନ ଅଞ୍ଚଳରେ ରନ୍ଧା ଖାଦ୍ୟ ଏବଂ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି ।
ତୃତୀୟ ଲକ୍ ଡାଉନ ପର୍ଯ୍ୟନ୍ତ ଭୂବନେଶ୍ବର ମହାନଗରର ନିଗମର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ନବେ ହଜାର ଆର୍ଥିକ ଅନଗ୍ରସର ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି ।ଏବଂ ଲକ୍ ଡାଉନର ଚତୁର୍ଥ ଏବଂ ପଞ୍ଚମ ପର୍ଯ୍ୟାୟ ସମୟରେ ଦଶ ହଜାର ଲୋକଙ୍କୁ ଶୁଖିଲା ଖାଦ୍ୟ ଭୂବନେଶ୍ବର ଏବଂ କଟକ ଠାରେ ଯୋଗାଇ ଦିଆଯାଇଛି । ଭୂବନେଶ୍ବର ଯୁବ ସମାଜସେବୀ ଶ୍ରୀ ଉମେଶ ଖଣ୍ଡେଲୱାଲ ନିଜର ସଂସ୍ଥା ଉମେଶ ଖଣ୍ଡେଲୱାଲ foundation ତରଫରୁ ନିରନ୍ତର ଭାବରେ ଯୋଗାଇ ଦିଆଯାଇଥିବା ସେବା କାର୍ଯ୍ୟ ଭୂବନେଶ୍ବର କିମ୍ବା କଟକ ନୁହେଁ ଓଡିଶା ରାଜ୍ୟର ବିଭିନ୍ନ ଅଞ୍ଚଳ ସହିତ ଦେଶର ବିଭିନ୍ନ ପ୍ରାନ୍ତରୁ ମାର୍ଚ୍ଚ ତିରିଶି ତାରିଖ ଠାରୁ ” ନର ସେବା ହିଁ ନାରାୟଣ ସେବା ” ଆରମ୍ଭ ହୋଇ ବର୍ତମାନ ସୁଦ୍ଧା ଚାଲୁଅଛି । ପ୍ରତିଦିନ ଦୁଇ ହଜାର ପାଂଚ ଶହ ଗରିବ, ଅସହାୟ,ଦିନମଜୁରି ଶ୍ରେଣୀୟ ଲୋକଙ୍କୁ ଭୂବନେଶ୍ବର ଠାରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ଏଭଳି ସେବା କାର୍ଯ୍ୟକୁ ଦେଖି କିଛି ସମାଜସେବୀ ଏବଂ ଦାନଦାତା ମାନେ ସହଯୋଗର ହାତ ବଢାଇଥିଲେ। ଏହି ସେବା କାର୍ଯ୍ୟ କେବଳ ଭୁବନେଶ୍ଵର ଠାରେ ସିମିତ ନରହି କଟକ ଠାରେ ମଧ୍ୟ୍ୟ ଚାଲୁ ରହିଛି । ଶୁକ୍ରବାର ଦିନ ଏହି foundation ତରଫରୁ ଦୁଇଶହ ପରିବାରଙ୍କୁ କଟକ ଚୌଧୁରୀ ବଜାର ଗୋପାଳ ଜିୟୂ ମନ୍ଦିରରେ କିଛି ଅସହାୟ ଗରିବ ଶ୍ରମିକ ଶ୍ରେଣୀୟ ଲୋକଙ୍କୁ ଶୁଖିଲା ଖାଦ୍ୟ ବିତରଣ କରାଯାଇଛି।
ଶ୍ରୀ ଉମେଶ ଖଣ୍ଡେଲୱାଲ ମିଡିଆ ବନ୍ଧୁ ମାନଙ୍କୁ ସଂବୋଧିତ କରି କହିଥିଲେ ଲକ୍ ଡାଉନ ତୃତୀୟ ପର୍ଯ୍ୟାୟ ପର୍ଯ୍ୟନ୍ତ ନବେ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି ଏବଂ ଲକ୍ ଡାଉନର ଚତୁର୍ଥ ଏବଂ ପଞ୍ଚମ ପର୍ଯ୍ୟାୟ ସମୟରେ ଦଶ ହଜାର ଲୋକଙ୍କୁ ଶୁଖିଲା ଖାଦ୍ୟ ବିତରଣ କରାଯାଇଛି । ଏବଂ କହିଛନ୍ତି କି ଏହି ସେବା ନିରନ୍ତର ଜାରି ରହିବ ଯଦି କେଉଁ ଅଂଚଳରୁ ଫୋନ୍ ଆସିବ କେହି ଭୋକିଲା ଅଛି ସେଠାରେ ପ୍ରାଥମିକତା ଭିତରେ ଖାଇବା ପହଞ୍ଚାଇ ଦିଆଯିବ । ଏହି foundation ତରଫରୁ 24X7 ସେବା କାର୍ଯ୍ୟ ଜାରି ରହିବ। ଆଜି କଟକ ଠାରେ ଖାଦ୍ୟ ବିତରଣ କାର୍ଯ୍ୟକ୍ରମରେ ସଂଗଠନର ସଂଯୋଜକ ଉମେଶ ଖଣ୍ଡେଲୱାଲ, ବରିଷ୍ଠ ସମାଜସେବୀ ଶ୍ରୀ ଲକ୍ଷ୍ମୀନାରାୟଣ ଅଗ୍ରୱାଲ ଜୀ, UPMS କଟକ ଶାଖା ସଭାପତି ଶ୍ରୀ ସୁରେଶ କମାନି ,ବିଜେପି କଟକ ଜିଲ୍ଲାର ସଭାପତି ଶ୍ରୀ ଲଲାକେଦୁ ବଡୁ ,ଗୋପାଳ ଜିୟୂ ମଣ୍ଡଳର ସଭାପତି ଶ୍ରୀ ଦେବାନଂଦ ସିଂହ, ଶ୍ରୀ ରୋହିତ ଖେମକା, ଆଡଭୋକେଟ ଶ୍ରୀ ସ୍ବଦେଶ ମିଶ୍ର, ବୁଲବୁଲ ଭାଇ, ଶ୍ରୀ ପ୍ରକାଶ ପୃଷ୍ଟି, ଶ୍ରୀ ସନ୍ତୋଷ ବାରିକ ଙ୍କ ସହିତ କିଛି ମିଡିଆର ବଂଧୁ ମାନେ ଉପସ୍ଥିତ ଥିଲେ ।ଉମେଶ ଖଣ୍ଡେଲୱାଲ foundation ତରଫରୁ ଯୋଗାଇ ଦିଆଯାଉଥିବା ସେବା କାର୍ଯ୍ୟକୁ ବିଭିନ୍ନ ରାଜନୈତିକ ଏବଂ ସାମାଜିକ ସଂଗଠନ ତରଫରୁ ପ୍ରଶଂସା କରାଯାଇଛି ।