ଭୁବନେଶ୍ୱର – ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପୁରୀ , ଗଂଜାମ ଓ ଗଜପତି ଜିଲ୍ଲାରେ ସ୍କୁଲ ଗୁଡିକୁ ବନ୍ଦ ରଖାଯାଇଛି । ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ଯେ ଗତ ୪୦ ଘଂଟା ମଧ୍ୟରେ ଭୁବନେଶ୍ୱରରେ ୧୨୬ ମିମି ବର୍ଷା ହୋଇଥିବା ବେଳେ କଟକରେ ୧୦୧ , ବାଲେଶ୍ୱରରେ ୧୦୩ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ପୁରୀରେ ୧୨୩ , ଖୋର୍ଦ୍ଧାରେ ୧୦୩.୪ ମିମି , ଜଗତସିଂହପୁରରେ ୮୩ ମିମି ବର୍ଷା ହୋଇଛି । ସାରା ରାଜ୍ୟରେ ୪୩.୪୪ ମିମି ର ହାରାହାରି ବର୍ଷା ହୋଇଛି ।
୬ଟି ଜିଲ୍ଲାରେ ୨୫ ମିମି ଲେଖାଏଁ ବର୍ଷା ହୋଇଛି । ଉପକୂଳ ଅଂଚଳରେ ଲଗାଣ ବର୍ଷା ଜାରୀ ରହିଛି । କଟକ ଓ ଭୁବନେଶ୍ୱରରେ ତଳିଆ ଅଂଚଳ ଗୁଡିକରେ ପାଣି ପଶି ଯିବାକୁ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି । ଭୁବନେଶ୍ୱରର ଚିନ୍ତାମଣିଶ୍ୱର , ଆଚାର୍ଯ୍ୟ ବିହାର , ଲକ୍ଷ୍ମୀସାଗର , ରସୁଲଗଡ , ନୟାପଲ୍ଲୀ ଆଦି ଅଂଚଳରେ ଜଳ ବନ୍ଦୀ ଅବସ୍ଥା ଦେଖାଦେଇଛି । ଫଳରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ଉପକୂଳ ଜିଲ୍ଲାର ଜିଲ୍ଲାପାଳମାନଙ୍କ ୁ ସତର୍କ ରହିବାକୁ କୁହାଯାଇଛି ।