ଭୁବନେଶ୍ୱର – ବ୍ରହ୍ମପୁରର ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ନବୀନ ନିବାସରୁ ଡକରା ଆସିଛି । ଅପରାହ୍ନ ୪ଟାରେ ପହଂଚିବାକୁ ସାଂସଦଙ୍କୁ କୁହାଯାଇଛି । ଦଳୀୟ କର୍ମୀ ସଂଗ୍ରାମ କେଶରୀ ସାହୁ ଙ୍କୁ ଚାପୁଡା ମାରିଥିବା ଘଟଣାରେ ତାଙ୍କୁ ନବୀନ ନିବାସରୁ ଡକରା ମିଳିଥିବା ଜଣାପଡିଛି ।
ବିଜେଡିର ଗଜପତି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ସାଂସଦ ଶ୍ରୀ ସାହୁ ସଂଗ୍ରାମଙ୍କୁ ଚାପୁଡା ମାରିଥିବାର ଭିଡିଓ ଓ ଫଟୋ ଭାଇରାଲ୍ ହୋଇଥିଲା । ତେବେ ·ପୁଡ଼ା ଖାଇଥିବା ଯୁବକ ତଥା ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସଂଗ୍ରାମ କିଶୋର ସାହୁ ଏ ଘଟଣାକୁ ଖଣ୍ଡନ କରିଛନ୍ତି । ସଂଗ୍ରାମ କହିଛନ୍ତି,ସାଂସଦ ଶ୍ରୀ ସାହୁ ମୋତେ ·ପୁଡ଼ା ମାରି ନଥିଲେ, କେବଳ ଗାଲକୁ ଛୁଇଁ ଦେଇଥିଲେ । ସାଂସଦ ମୋର ବଡ଼ ଭାଇ ଭଳି । ଛାତ୍ର ଜୀବନରୁ ତାଙ୍କ ପ୍ରେରଣାରେ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲି । ମୁଁ କଂଗ୍ରେସ ଛାଡ଼ି ବିଜୁ ଜନତା ଦଳରେ କାଲି ଯୋଗ ଦେଇଛି ଓ ଏହି ଦଳରେ ହିଁ ରହିବି ।
ଅପରପକ୍ଷରେ ଏହି ଘଟଣା ଉପରେ ସାଂସଦ ଶ୍ରୀ ସାହୁ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ।