ଭୁବନେଶ୍ୱର – ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଗତ ୨୪ ଘଂଟାରେ୧୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୭ଜଣ ସଙ୍ଗରୋଧରେ ରହିଥିବା ବେଳେ ୬ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ୱରର ୟୁନିଟ-୪ ଅଂଚଳରୁ ୨ଟି ସ୍ଥାନୀୟ ମାମଲା ଚିହ୍ନଟ ହୋଇଥିବା ବେଳେ ଡୁମୁଡୁମା, ସାଲିଆସାହି, ଆଇଗିଣିଆ ଓ ଲକ୍ଷ୍ମୀସାଗରରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ବୋଲି ଶୁକ୍ରବାର ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।
ସେହିପରି ଅନ୍ୟ ୭ଜଣ ମଧ୍ୟରୁ ଜଣେ ପାତ୍ରପଡ଼ାରୁ, ଦୁଇଜଣ ନ୍ୟୁ ଫରେଷ୍ଟ ପାର୍କ ଅଂଚଳରୁ ଓ ଜଣେ ଲକ୍ଷ୍ମୀସାଗରର ରହିଛନ୍ତି । ସେମାନେ ସମସ୍ତେ ଦିଲ୍ଲୀ ଫେରନ୍ତା । ସେହିପରି ଜଣେ ଟଙ୍କପାଣି ରୋଡରୁ(ଝାଡ଼ଖଣ୍ଡ ଫେରନ୍ତା), ଜଣେ ଚିନ୍ତାମଣିଶ୍ୱରରୁ (ମହାରାଷ୍ଟ୍ର ଫେରନ୍ତା) ଓ ଆଉ ଜଣେ ଓଲଡ ଟାଉନ୍ ରୁୁ (ପଶ୍ଚିମବଙ୍ଗ ଫେରନ୍ତା)ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧ରେ ପହଂଚିଛି ।
ବିଏମସି ପକ୍ଷରୁ କୁହାଯାଇଛି ଯେ୧୩ ଜଣ ଆକ୍ରାନ୍ତଙ୍କର କଂଟାକ୍ଟ ଟ୍ରେସିଂ ଜାରି ରହିଛି । ଆକ୍ରାନ୍ତଙ୍କ ପାଖ ପଡ଼ୋଶୀଙ୍କୁ କ୍ୱାରେଂଟାଇନରେ ରଖାଯାଇଛି । ନିକଟସ୍ଥ ଅଂଚଳକୁ ସାନିଟାଇଜ୍ କରାଯିବା ସହ ସମଗ୍ର ଅଂଚଳରେ ସର୍ଭିଲାନ୍ସ ଆରମ୍ଭ ହୋଇଛି ।
ଉଲ୍ଲେଖ୍ୟଯୋଗ୍ୟ ଯେ ଗତକାଲି ଭୁବନେଶ୍ୱରରୁ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହି ୪ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ହୋମ କ୍ୱାରେଂଟିନରେ ଥିଲେ । ଅନ୍ୟ ୩ ଟି ସ୍ଥାନୀୟ ମାମଲା । ସେମାନଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱର ଏମସ୍ ର କର୍ମଚାରୀ ମଧ୍ୟ ଅଛନ୍ତି ।