
ଦିଗପହଣ୍ଡି: ଦିଗପହଣ୍ଡି ସ୍ଥିତ ଗ୍ରୀନ ରିଭୋଲ୍ୟୁଶନ କ୍ଲବ ପକ୍ଷରୁ ଶୁକ୍ରବାର ବିଶ୍ଵ ପରିବେଶ ଦିବସ ଅବସରରେ ବୃକ୍ଷ ଚାରା ରୋପଣ କରାଯାଇଛି। କ୍ଲବ ସମ୍ପାଦକ ଭି. ପ୍ରମୋଦ କୁମାର ରାଜୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ରେ କ୍ଲବ କାର୍ଯ୍ୟକର୍ତ୍ତା ବସନ୍ତ କୁମାର ପଟ୍ଟନାୟକ, ଅଶେଷ ନାଥ ମିଶ୍ର, ମନୋରଞ୍ଜନ ପଣ୍ଡା,ଅମ୍ବିକା ପ୍ରସାଦ ସେଠୀ, ସିମାଞ୍ଚଳ ପଣ୍ଡା,ପ୍ରଦୀପ କୁମାର ପଣ୍ଡା,ତରୁଣ କୁମାର ପାତ୍ର,ଭି. ପ୍ରଦୀପ କୁମାର ରାଜୁ,ସ୍ଵସ୍ତିକ ପ୍ରସାଦ ବାଡତ୍ୟା ଙ୍କ ସମେତ ବହୁ ସଂଖ୍ୟକ କ୍ଲବ ସଦସ୍ୟ ସ୍ଥାନୀୟ ତରୁଣ ଇନ୍ ହୋଟେଲ ରାସ୍ତାକଡ ରେ ବୃକ୍ଷଚାରା ରୋପଣ କରିଥିଲେ।କୋଭିଡ – ୧୯ ଭଳି ମହାମାରୀ ସାରା ବିଶ୍ବକୁ ଦୋହଲାଇ ଦେଇଥିବା ବେଳେ ସମୁଦାୟ ଜୀବ ଜଗତର ସ୍ଥିତି ତଥା ପରିବେଶର ସନ୍ତୁଳନ ପାଇଁ ବ୍ୟାପକ ବୃକ୍ଷ ରୋପଣ ସାଙ୍ଗକୁ ଜୈବ ବିବିଧତା ର ସଂରକ୍ଷଣ ଏକାନ୍ତ ଆବଶ୍ୟକ।ବୃକ୍ଷରାଜି ସହିତ ପ୍ରାକୃତିକ ସମ୍ବଳର ଦୃତ ଅବକ୍ଷୟ ଘଟି ଚାଲିଛି। ସମୁଦାୟ ପରିବେଶ ଉପରେ ଏହାର ପ୍ରଭାବ ପଡୁଛି। ଆମେ ବଞ୍ଚିବାକୁ ହେଲେ ଆମକୁ ପ୍ରଥମେ ପ୍ରକୃତି ବିଶେଷକରି ବୃକ୍ଷ ସମ୍ପଦର ଯତ୍ନ ନେବାକୁ ପଡିବ। ଆମେ ପ୍ରଥମେ ଜାଗ୍ରତ ହେବା ସହ ପରିବେଶ ପ୍ରତି ପହଞ୍ଚୁଥିବା କ୍ଷତି ଗୁଡ଼ିକୁ ଚିହ୍ନିବାକୁ ହେବ। ସେ ସବୁ ବିରୋଧରେ ଆମକୁ ସ୍ଵର ଉତ୍ତୋଳନ କରିବାକୁ ପଡ଼ିବ। ବାୟୁ ମଣ୍ଡଳରେ ତାପମାତ୍ରା ବୃଦ୍ଧି,ବ୍ୟାପକ ପ୍ରଦୂଷଣ,ଅନିୟମିତ ବୃଷ୍ଟିପାତ,ବନ୍ୟା,ମରୁଡି,ବାତ୍ୟା ଯୋଗୁଁ ବହୁ ଜୀବ ଜଗତର ବିଲୋପ ଘଟିଚାଲିଛି। ଏନେଇ ପ୍ରକୃତି ଓ ପରିବେଶ ର ସୁରକ୍ଷା କରିବା ସହିତ ସମସ୍ତ ଜୀବ ଜଗତକୁ ସୁରକ୍ଷିତ କରିବା ପାଇଁ ଜନ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା କ୍ଲବ କାର୍ଯ୍ୟକର୍ତ୍ତା ବୃନ୍ଦ ମତପ୍ରକାଶ କରିଛନ୍ତି।
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO